fbpx

ଏକକାଳୀନ ଆଲିମନି ଉପରେ ଦେବାକୁ ପଡ଼ିଥାଏ ଟିକସ ! ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରନ୍ତୁ

ନୂଆଦିଲ୍ଲୀ: ସାଧାରଣତଃ ବିବାହ ବିଚ୍ଛେଦ ପରେ ସ୍ୱାମୀ ଜଣଙ୍କ ସ୍ତ୍ରୀକୁ ଆଲିମନି ଦେଇଥାଏ । ଅଧିକାଂଶ ସମୟରେ ଏହା ମାସିକ, ବାର୍ଷିକ କିମ୍ବା ଲମ୍ପସମ୍(ଏକକାଳୀନ) ଆକାରରେ ହୋଇଥାଏ । ଏମିତିରେ ମନରେ ପ୍ରଶ୍ନ ଉଠୁଥିବ କି ଏହି ଆଲିମନି ଉପରେ ଟ୍ୟାକ୍ସ ରିଆତି ମିଳିଥାଏ ନା ନାହିଁ । ନିକଟରେ ଏଭଳି ଏକ କେସ୍ ସାମ୍ନାକୁ ଆସିଛି ଯେଉଁଠି ଛାଡ଼ପତ୍ର ହେବା ପରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଆଲିମନି ଦେବା ନେଇ ଟିକସ ରିଆତି ବିଷୟରେ ଦ୍ୱନ୍ଦ୍ୱରେ ଥିଲେ ।

ବାସ୍ତବରେ ଛାଡ଼ପତ୍ର ନେଇଥିବା ବ୍ୟକ୍ତି ନିଜ ପତ୍ନୀଙ୍କୁ ୯୦ ହଜାର ଟଙ୍କା ଆଲିମନି ଦେଇଥାନ୍ତେ । ତାଙ୍କ ମନରେ ପ୍ରଶ୍ନ ଉଠିଥିଲା କି ସେ ଆଲିମନି ଉପରେ କ’ଣ ଟ୍ୟାକ୍ସ ରିଆତି ଦାବି କରିପାରିବେ ? ମାସିକ, ବାର୍ଷିକ କିମ୍ବା ଲମ୍ପସମ୍ ଆକାରରେ ଆଲିମନି ଦେଲେ ଏହା ଟ୍ୟାକ୍ସ ଫ୍ରି ହେବ କି ? ଏହାର ଉତ୍ତର ହେଉଛି ନା । ଆଲିମନି ଏକ ବ୍ୟକ୍ତିଗତ ଦାୟିତ୍ୱ ଅଟେ । ଏହା ଟ୍ୟାକ୍ସ ରିଆତି ଯୋଗ୍ୟ ନୁହେଁ । ମୁମ୍ବାଇ ହାଇକୋର୍ଟ ଏକ ଆଦେଶରେ ଏହା କହିଛନ୍ତି କି ସ୍ୱାମୀ ଦରମା ମଧ୍ୟରୁ ନିଜ ପୂର୍ବତନ ପତ୍ନୀଙ୍କୁ ଆଲିମନି ଦେଲେ ବି ମୋଟ୍ ଦରମା ଉପରେ ଟିକସ କଟାଯିବ । ଅର୍ଥାତ ପୂର୍ବତନ ପତ୍ନୀଙ୍କୁ ଦିଆଯାଇଥିବା ଆଲିମନି ଟଙ୍କା ସ୍ୱାମୀଙ୍କ ଟ୍ୟାକ୍ସ ଡିଡକସନରେ ଗଣନା କରାଯିବ ନାହିଁ । ଯଦି ଆଲିମନି କ୍ୟାପିଟାଲ ଆସେଟ୍ ଅର୍ଥାତ ପୁଞ୍ଜିଗତ ସମ୍ପତ୍ତି ଆଧାରରେ କରାଯାଏ ତେବେ ଟିକସଦାତା ପାଇଁ ଏହା କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଆକାରରେ ଯୋଡ଼ା ଯିବ ନାହିଁ କିମ୍ବା ସମ୍ପତ୍ତିରୁ ଆୟ କରଦାତାଙ୍କ ଆୟରେ ଯୋଡ଼ି ହେବନାହିଁ ।

ସେହିପରି ମାସିକ ଭିତ୍ତିରେ ପ୍ରାପ୍ତ ଆଲିମନି ଟିକସଯୋଗ୍ୟ ଅଟେ । ଏକକାଳୀନ ଆଲିମନି ଟଙ୍କାକୁ କ୍ୟାପିଟାଲ ରସିଦ ଭାବେ ବିବେଚନା କରାଯାଇଥାଏ ତେଣୁ ଏହା ଟିକସଯୋଗ୍ୟ ନୁହେଁ । ତେବେ ଯଦି କାହାକୁ ଛାଡ଼ପତ୍ର ସମାଧାନ (divorce settlement) ଅନ୍ତର୍ଗତ କ୍ୟାପିଟାଲ ଆସେଟ୍ ମିଳୁଛି ତେବେ ଏହା ଟିକସଯୋଗ୍ୟ ନୁହେଁ ।

 

Get real time updates directly on you device, subscribe now.