fbpx

ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ରାଜ୍ୟରେ ବଢିଲା ଉତ୍ତେଜନା, ଆନ୍ଧ୍ର ପ୍ରଦେଶରେ ବନ୍ଦ ଡାକରା ଦେଲା ଟିଡିପି

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତେଲଗୁ ଦେଶ ପାର୍ଟିର ମୁଖିଆ ଚନ୍ଦ୍ରବାବୁ ନାଇଡୁଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନିଆଯାଇଛି । ରିମାଣ୍ଡ ଅବଧି ୨୩ ସେପ୍ଟେମ୍ବରରେ ଶେଷ ହେବ । ତେଲଗୁ ଦେଶ ପାର୍ଟି ଚନ୍ଦ୍ରବାବୁ ନାଇଡୁ ଗିରଫ ହୋଇଥିବାରୁ ଏହାକୁ ବିରୋଧ କରି ସମ୍ପୂର୍ଣ୍ଣ ରାଜ୍ୟରେ ବନ୍ଦ ପାଳନ କରୁଛନ୍ତି । ସୂଚନା ଅନୁସାରେ କୌଶଳ ବିକାଶ ନିଗମ ଦୁର୍ନିତି ମାମଲାରେ ପୋଲିସ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ।

ବିଜୟୱାଡା ଏସିବି କୋର୍ଟର ଜର୍ଜ ହିମାବିନ୍ଦୁ ଏହି ମାମଲାର ଶୁଣାଣି କରିଥିଲେ । ଏହା ପରେ ତାଙ୍କୁ ୧୪ ଦିନ ପାଇଁ କଷ୍ଟଡିରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁର୍ନିତି ମାମଲାରେ ତାଙ୍କୁ ଶନିବାର ଦିନ ଗିରଫ କରାଯାଇଥିଲା ।

ଏଜେନ୍ସି ଅଧିକାରୀଙ୍କ କହିବା ଅନୁସାରେ ଏହି କେସରେ ରାଜ୍ୟସରକାରଙ୍କୁ ୩୦୦ କୋଟି ଟଙ୍କା କ୍ଷତି ହୋଇଛି । ସୂଚନା ଅନୁସାରେ ଯେତେବେଳେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା ସେତେବେଳେ ତାଙ୍କ ପୁଅ ନାରା ଲୋକେଶ ତାଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ତାଙ୍କୁ ଦେଖା କରିବା ପାଇଁ ଅନୁମତି ମିଳିନଥିଲା । ଯାହା ଫଳରେ ସେ ମଧ୍ୟ ରାସ୍ତା ଉପରେ ବସି ଧାରଣା ଦେଇଥିଲେ, ଏହା ପରେ ପୋଲିସ ନାରା ଲୋକେଶଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.