ସୀମା ଟପିଲା କ୍ରୋଧ, ଗଣିତ ନ ଆସିବାରୁ ମାଡ଼ ମାରି ଛାତ୍ରୀଙ୍କ ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ
ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଏଭଳି ଅଭବନୀୟ ଘଟଣା ଘଟିଛି । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଛନ୍ତି ଶିକ୍ଷୟତ୍ରୀ ।
ଭୁବନେଶ୍ବର: 4ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳ ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି ।
ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଏଭଳି ଅଭବନୀୟ ଘଟଣା ଘଟିଛି । ମାଡ଼ ମାରି ଆଖି ନଷ୍ଟ କରିଦେଇଛନ୍ତି ଶିକ୍ଷୟତ୍ରୀ । ଏନେଇ ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।
ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷୟିତ୍ରୀ । କହିଛନ୍ତି ଘଟଣା ପାଇଁ ସେ ଅତ୍ୟନ୍ତ ଦୁଃଖିତ ।