fbpx

(Video) ଇଂରାଜୀ ଶିକ୍ଷକଙ୍କୁ ଡାନ୍ସ ଶିଖାଇଲେ ଛାତ୍ରୀ, ଦେଖିଲେ ଆପଣ ବି କହିବେ ଖୁବ୍ ସୁନ୍ଦର

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ତ’ ପୁଣି କିଛି ଭିଡିଓ ଲୋକଙ୍କୁ ମଜାଦାର ଲାଗିଥାଏ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବେଶ୍ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ଖୁବ୍ ଶେୟାର ମଧ୍ୟ କରାଯାଉଛି ।

ପ୍ରକୃତରେ ଭିଡିଓରେ ଦିଲ୍ଲୀର ଜଣେ ସରକାରୀ ଶିକ୍ଷକ ଏବଂ ଜଣେ ଛାତ୍ରୀ ଗୋଟିଏ କ୍ଲାସରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓକୁ ନିଜେ ଶିକ୍ଷକ ମନୁ ଗୁଲାଟୀ ଟ୍ୱିଟରରେ ଶେୟାର କରିଛନ୍ତି । ଯେଉଁଥରେ ସେ କହିଥିଲେ ଯେ ସ୍କୁଲରେ କ୍ଲାସ ସରିବା ପରେ କିଭଳି ପିଲାଙ୍କ ସହ ମସ୍ତି କରିଥାନ୍ତି ।

ଭିଡିଓରେ ଶିକ୍ଷୟିତ୍ରୀ ଜଣକ କ୍ଲାସର ଜଣେ ଛାତ୍ରୀଙ୍କ ସହ ଏକ ହରିୟାଣା ଗୀତରେ ଡାନ୍ସ କରୁଛନ୍ତି । ଅନ୍ୟ ପିଲାମାନେ ତାଳି ମାରି ତାଙ୍କୁ ଉତ୍ସାହିତ କରୁଛନ୍ତି । ଛାତ୍ରୀ ଜଣକ ଡାନ୍ସ ଷ୍ଟେପ୍ କରିବା ଆରମ୍ଭ କରୁଛନ୍ତି ଏହାର ପରେ ସେ ଶିକ୍ଷକଙ୍କୁ ମଧ୍ୟ ତାଙ୍କ ସହ ଡାନ୍ସ କରିବାକୁ କହୁଛନ୍ତି । ଆଉ କହୁଛନ୍ତି ମାଡାମ ଆପଣ କରନ୍ତୁ ମୁଁ ଆପଣଙ୍କୁ ଶିଖାଇବି । ଆଉ ଶିକ୍ଷକ ଜଣକ ମଧ୍ୟ ଛାତ୍ରୀକୁ ଦେଖି ଡାନ୍ସ ଷ୍ଟେପ୍ କରୁଛନ୍ତି ଏବଂ ତା’ ସହ ନାଚୁଛନ୍ତି । ଆଉ ଏହି ଡାନ୍ସ ଦେଖି ପିଲାମାନେ ବେଶ୍ ଖୁସି ହେଉଛନ୍ତି ଏବଂ ତାଳି ମଧ୍ୟ ମାରୁଛନ୍ତି । ଭିଡିଓକୁ ବେଶ୍ କରୁଛନ୍ତି ୟୁଜର୍ସ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.