୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଶିକ୍ଷକ ହେଲେ ନିଲମ୍ବିତ
୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରି ଶିକ୍ଷକ ନିଲମ୍ବିତ
କୁଚିଣ୍ଡା: ଛାତ୍ରଙ୍କୁ ମାଡ଼ମାରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରିବା ଯୋଗୁଁ ଶିକ୍ଷକଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି। ଏହି ଘଟଣାଟି ଜମନକିରା ବ୍ଲକ ଘୋଡ଼ାବାନ୍ଧୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟର।
ସୂଚନାନୁଯାୟୀ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମୀର ବାରିକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ କରିଛନ୍ତି ଜମନକିରା ବ୍ଲକ ଶିକ୍ଷାଧିକାରୀ। ଅଗଷ୍ଟ ୨୨ ତାରିଖରେ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ଏମିତି ଏକ ଘଟଣା ଅଗଷ୍ଟ 30 ତାରିଖରେ ଘଟିଥିଲା। ଏଥିରେ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଅସଦାଚରଣ ପାଇଁ ବିଦ୍ୟାଳୟରୁ ନିଲମ୍ବନ କରାଯାଇଥିଲା।
ସୁନ୍ଦରଗଡ଼ ଡିଇଓ ଏହି ରସିକିଆ ସଂସ୍କୃତ ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ। ଗୁରୁଣ୍ଡିଆ ବ୍ଲକର ଏକ ସ୍କୁଲର ସଂସ୍କୃତ ଶିକ୍ଷକ ଆଦିତ୍ୟ ପ୍ରଧାନ ନିଲମ୍ବିତ ହୋଇଥିଲେ। ସଂସ୍କୃତ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ୭ଜଣ ଛାତ୍ରୀ।
ଛାତ୍ରୀଙ୍କ ଅଭିଯୋଗ ପରେ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ ପ୍ରଧାନ ଶିକ୍ଷକ। ଯାହାପରେ ସଂସ୍କୃତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।