ନୂଆଦିଲ୍ଲୀ: ପିତା, ମାତାଙ୍କ ପରେ ଗୁରୁଙ୍କୁ ଦେବତା ଭାବେ ପୂଜା କରାଯାଏ । କିନ୍ତୁ ଆଜି କାଲି ଯୁଗରେ କିଛି ଶିକ୍ଷକଙ୍କ ଅଶ୍ଲୀଳ କାମ ଯୋଗୁଁ ଶିକ୍ଷକଙ୍କ ଉପରୁ ଭରସା ଉଠିବାରେ ଲାଗିଛି । ନିକଟରେ ଦେଓଲୀ ଅଞ୍ଚଳର ଥାୱାଲା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରୀନଗରର ଶିକ୍ଷକ ଅଶ୍ଲୀଳ କାମ କରିଥିବା ମାମଲା ସାମ୍ନାକୁ ଆସିଛି । ଶିକ୍ଷକଙ୍କ ଏପରି କାମକୁ ବିରୋଧ କରି ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇବା ସହ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ ।
ପିଲାମାନଙ୍କୁ ଭୁଲ ବାର୍ତ୍ତା ଦେଉଥିବା ଏଭଳି ଶିକ୍ଷକକୁ ସ୍କୁଲରୁ ହଟାଯିବା ଉଚିତ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ଜଣେ ଗ୍ରାମବାସୀ କହିଛନ୍ତି ଯେ, ସେଠାରେ କାର୍ଯ୍ୟରତ ଜଣେ ଶିକ୍ଷକ ଓ ମହିଳା ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅନେକ ସମୟ ଧରି ଖରାପ କାମ ଚାଲିଛି । ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ କାମ ଯୋଗୁଁ ବିଦ୍ୟାର୍ଥୀଙ୍କୁ ଖରାପ ବାର୍ତ୍ତା ମିଳୁଛି । ପିଲାମାନେ ନିଜ ନିଜ ଘରକୁ ଆସି ସ୍କୁଲରେ ଘଟୁଥିବା କାର୍ଯ୍ୟକଳାପ ବିଷୟରେ ସେମାନଙ୍କ ମାତାପିତାଙ୍କୁ କହୁଛନ୍ତି ।
ଗ୍ରାମବାସୀ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏହି ପରିସ୍ଥିତି ଜାରି ରହିଛି । ଏଥିପାଇଁ ସେମାନେ ଗୁରୁବାର ଦିନ ସ୍କୁଲର ଗେଟରେ ତାଲା ପକାଇଥିଲେ, ଯାହା ପରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଗ୍ରାମବାସୀ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ପୁରୁଷ ଶିକ୍ଷକ ମହିଳାଙ୍କ ବେକକୁ ଧରିଛନ୍ତି । ଅନ୍ୟପଟେ ଥାୱାଲାର ପ୍ରିନ୍ସିପାଲ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ମନାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।