“ପରୀକ୍ଷାରେ ପାସ୍ ହେଲେ ଯାଇ; ମୋ ପ୍ରେମ ଆଗକୁ ବଢ଼ିବ” ପାସ୍ କରିବା ପାଇଁ ଛାତ୍ର ବାଣ୍ଟିଲେ ଟଙ୍କା
ପରୀକ୍ଷାରେ ପାସ୍ କରିଦେବା ପାଇଁ ପିଲା ଦେଲେ ଲାଞ୍ଚ । ସୋସିଆଲ ମିଡିଆରେ ଘୁରିବୁଲୁଛି ଫଟୋ ।
ବେଙ୍ଗାଲୁରୁ: ସୋସିଆଲ ମିଡିଆର ପ୍ରତିଦିନ ଅଜବ ଗଜବ ଖବର ପ୍ରକାଶ ପାଉଛି । ଏମିତି ଏକ ବିଚିତ୍ର ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ପଢ଼ିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।
କର୍ଣ୍ଣାଟକ ବେଲାଗାଭି ଜିଲ୍ଲା ଚିକୋଡିରେ ଘଟିଛି ଅଜବ ଘଟଣା । ୧୦ ଶ୍ରେଣୀ ଛାତ୍ର ଭିଆଇଛନ୍ତି ଏଭଳି କାଣ୍ଡ । ପରୀକ୍ଷାରେ ପାସ୍ କରାଇଦେବା ଲାଗି ପିଲାମାନେ ଉତ୍ତର ଖାନାରେ ୫୦୦ ଟଙ୍କିଆ ନୋଟ୍ ପୁରାଇ ଦେଇଛନ୍ତି ।
ଯାହାକୁ ପାଇଛନ୍ତି ଖାତା ଦେଖୁଥିବା ସାର୍ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଜଣେ ଛାତ୍ର ଉତ୍ତର ଖାତାରେ ୫୦୦ ଟଙ୍କିଆ ନୋଟ୍ ରଖି ପାସ୍ କରିଦେବାକୁ ଅନୁରୋଧ କରିଥିବାବେଳେ ଆଉ କିଛି ଛାତ୍ର ତାଙ୍କ ପ୍ରେମିକା ପାଇଁ ପରୀକ୍ଷା ପାସ୍ କରିବାକୁ ଚାହୁଁଥିବା କହିଛନ୍ତି ।
ଉତ୍ତର ଖାତାରେ ଉକ୍ତ ଛାତ୍ର ଜଣକ ଲେଖିଛନ୍ତି, ଦୟାକରି ମୋତେ ପାସ୍ କରିଦିଅ, ମୋ ପ୍ରେମ ତୁମ ହାତରେ । ଆଉ ଜଣେ ଲେଖିଛନ୍ତି, ଯଦି ମୁଁ ପରୀକ୍ଷାରେ ପାସ୍ ହୁଏ ତେବେ ମୋ ପ୍ରେମ ଆଗକୁ ବଢ଼ିପାରିବ ।
ଜଣେ ଛାତ୍ର ଲେଖିଛନ୍ତି, ଯଦି ତୁମେ ମୋତେ ପାସ୍ କରିଦେବ ତେବେ ମୁଁ ତୁମକୁ ଆଉ ଟଙ୍କା ଦେବି । ସେହିପରି ଆଉଜଣେ ଛାତ୍ର ଲେଖିଛନ୍ତି, ତୁମେ ମୋତେ ପାସ୍ କଲେ ଯାଇ ବାପା ମା’ ମୋତେ କଲେଜ ପଠେଇବେ । ନହଲେ ମୁଁ କଲେଜ ଯାଇ ପାରିବି ନାହିଁ ।
ପରୀକ୍ଷା ଖାତା ଓ ୫୦୦ ଟଙ୍କିଆ ନୋଟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।