fbpx

ଜିତାଇ ଦେଲେ ଶିଖର-ଗିଲ ଯୋଡି: ଜିମ୍ବାୱେ ଉପରେ ଭାରତର ‘Perfect-10’ ବିଜୟ

ନୂଆଦିଲ୍ଲୀ: ବୋଲରମାନଙ୍କ ଧୂଆଁଧାର ପ୍ରଦର୍ଶନ ପରେ ଜିମ୍ବାୱେ ଉପରେ ଭାରୀ ପଡିଛନ୍ତି ଭାରତର ବ୍ୟାଟ୍ସମ୍ୟାନ । ଟିମ ଇଣ୍ଡିଆର ଓପନର ଶିଖର ଧୱନ ଏବଂ ଶୁଭମନ ଗିଲ ଏକା ଦମରେ ମ୍ୟାଚକୁ ବିଜୟ ଭେଟି ଦେଇଛନ୍ତି । ପ୍ରଥମେ ଜିମ୍ବାୱେକୁ ଅଲ ଆଉଟ କରିବା ପରେ ୧୦ ୱିକେଟରେ ପ୍ରଥମ ଦିନିକିଆ ମ୍ୟାଚକୁ କବଜା କରିଛି ରାହୁଲ ସେନା । ୧୯୦ ରନର ଛୋଟ ଲକ୍ଷ୍ୟକୁ ଅତି ସହଜରେ ୩୦.୫ ଓଭରରେ ହାସଲ କରି ନେଇଛି ଶିଖର-ଶୁଭମନ ଯୋଡି । ଧୱନ ଏହି ମ୍ୟାଚରେ ୮୧ ରନ କରିଥିବା ବେଳେ ଶୁଭମନ ୮୨ ରନର ପାଳି ଖେଳିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ ଆଗରେ ରଖିଥିଲା ୧୯୦ ରନର ଛୋଟିଆ ଲକ୍ଷ୍ୟ । ଯେଉଁ ଲକ୍ଷ୍ୟକୁ ଖୁବ ସହଜରେ ହାସଲ କରି ନେଇଛି ଟିମ ଇଣ୍ଡିଆ । ମାତ୍ର ୩୦.୫ ଓଭରରେ କୌଣସି ୱିକେଟ ନ ହରାଇ ଏହି ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଭାରତ ତରଫରୁ ପାଳି ଆରମ୍ଭ କରିଥିଲେ ଶିଖର ଧୱନ ଏବଂ ଶୁଭମନ ଗିଲ । ଉଭୟ ପ୍ରଥମେ ଏକ ସୁନ୍ଦର ଆରମ୍ଭ ଦେବା ସହିତ ପାଳି ଆଗକୁ ବଢାଇ ଚାଲିଥିଲେ । ଶେଷରେ ଏହି ଯୋଡି ଭାରତକୁ ପ୍ରଥମ ଦିନିକିଆରେ ବିଜୟ ଭେଟି ଦେଇଛି । ଏହି ମ୍ୟାଚରେ ପରଫେକ୍ଟ-୧୦ ବିଜୟ ହାସଲ କରିବା ସହିତ ସିରିଜରେ ୧-୦ରେ ଆଗୁଆ ରହିଛି ରାହୁଲ ସେନା ।

ଗୋଟିଏ ପକ୍ଷରେ ଶିଖର ଧୱନ ୧୧୩ ବଲରୁ ୯ଟି ଚୌକା ସହ ୮୧ ରନ କରି ଅପରାଜିତ ଥିବା ବେଳେ ଅନ୍ୟ ପଟରେ ଶୁଭମନ ଗିଲ ମଧ୍ୟ ଦମଦାର ପାଳି ଖେଳିଛନ୍ତି । ୭୨ ବଲରୁ ୧୦ଟି ଚୌକା ଏବଂ ଗୋଟିଏ ଛକା ସହ ୮୨ ରନ କରି ଦଳକୁ ବିଜୟୀ କରାଇଛନ୍ତି । ଏହାପୂର୍ବରୁ ମେନ ଇନ ବ୍ଲୁ’ର ବୋଲରମାନେ ମଧ୍ୟ ଜିମ୍ବାୱେକୁ ନିଜ ଦମ ଦେଖାଇଥିଲେ । ଦୀର୍ଘ ଦିନ ପରେ ଟିମକୁ କମବ୍ୟାକ କରିଥିବା ଦୀପକ ଚହର ପ୍ରଥମରୁ ହିଁ ଜିମ୍ବାୱେ ଉପରେ ଭାରୀ ପଡିଥିଲେ ।

ପାଳିର ସପ୍ତମ ଓଭରରେ ପ୍ରଥମ ୱିକେଟ ଅକ୍ତିଆର କରିଥିଲେ ଦୀପକ ଚହର । ଏହାପରେ ଦଳର ଟପ-୩ ବ୍ୟାଟ୍ସମ୍ୟାନଙ୍କୁ ସେ ଶିକାର କରିଛନ୍ତି । ତାଙ୍କ ବ୍ୟତୀତ ପ୍ରସିଦ୍ଧ କୃଷ୍ଣା ଏବଂ ଅକ୍ସର ପଟେଲ ମଧ୍ୟ ଭାରତକୁ ୩ଟଇ ଲେଖାଏଁ ସଫଳତା ଦେଇଥିଲେ । ତେବେ ମହମ୍ମଦ ସିରାଜ ଏହି ମ୍ୟାଚରେ ମାତ୍ର ଗୋଟିଏ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.