fbpx

ଜିମ୍ବାୱେ ସିରିଜ ପାଇଁ ବଦଳିଲା ଶୁଭମନ ସେନା: ଦଳରେ ସାମିଲ ହେଲେ ନୂଆ ଖେଳାଳି

Advertisement

ନୂଆଦିଲ୍ଲୀ: ଜୁଲାଇ ୬ ତାରିଖରୁ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ପଦରେ ଶୁଭମନ ଗିଲଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଟି-୨୦ ବିଶ୍ୱକପ ଖେଳିବାକୁ ଯାଇଥିବା କିଛି ଖେଳାଳିଙ୍କୁ ଏଥିରେ ସାମିଲ କରାଯାଇଥିବା ବେଳେ ଟିମ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜରେ ଫସି ରହିଛି । ତେଣୁ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଦଳରେ ପରିବର୍ତ୍ତନ କରିବାପାଇଁ ନିଷ୍ପତ୍ତି ନେଇଛି ବୋର୍ଡ । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଏହି ଟିମ ଇଣ୍ଡିଆରେ ଆଉ କିଛି ପରିବର୍ତ୍ତନ କରାଯାଇଛି ।

ବିଶ୍ୱକପ ବିଜୟୀ ହେବା ପରେ ୱେଷ୍ଟଇଣ୍ଡିଜରେ ବାତ୍ୟା ପାଇଁ ସେଠାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରି ପାରିନାହିଁ ରୋହିତ ସେନା । ଜିମ୍ବାୱେ ବିପକ୍ଷ ସିରିଜରେ ସ୍ଥାନ ପାଇଥିବା କିଛି ଖେଳାଳି ମଧ୍ୟ ୱେଷ୍ଟଇଣ୍ଡିଜ ସହ ସେଠାରେ ଫସି ରହିଛନ୍ତି । ଜିମ୍ବାୱେ ବିପକ୍ଷ ସିରିଜରେ ସଞ୍ଜୁ ସାମସନ, ଶିବମ ଦୁବେ ଏବଂ ଯଶସ୍ୱୀ ଜଏସ୍ୱାଲ ସାମିଲ ରହିଥିବା ବେଳେ ସେମାନେ ୱେଷ୍ଟଇଣ୍ଡିଜରୁ ଫେରିନାହାନ୍ତି । ତେଣୁ ଶୁଭମନଙ୍କ ନେତୃତ୍ୱାଧୀନ ଦଳରେ ପରିବର୍ତ୍ତନ କରିଛି ବିସିସିଆଇ । ସିରିଜର ପ୍ରଥମ ୨ଟି ଟି-୨୦ ମ୍ୟାଚରେ ଅନ୍ୟ ୩ ଜଣ ଖେଳାଳିଙ୍କୁ ସୁଯୋଗ ଦେଇଛି ବୋର୍ଡ । ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ କରିଥିବା ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ୱେଷ୍ଟଇଣ୍ଡିଜରେ ସ୍ଥିତିରେ ସୁଧାର ଆସିଲେ ଏହି ୩ ଜଣ ଖେଳାଳି ସେଠାରୁ ସିଧା ଜିମ୍ବାୱେକୁ ଯାତ୍ରା କରିବେ ।

ଜିମ୍ବାୱେ ବିପକ୍ଷ ସିରିଜରେ କୋଲକାତା ଷ୍ଟାର ବୋଲର ହର୍ଷିତ ରାଣାଙ୍କୁ ସାମିଲ କରିଛି ଟିମ ଇଣ୍ଡିଆ । ଆଇପିଏଲ-୨୦୨୪ରେ ଦମଦାର ବୋଲି କରି ୧୨ଟି ମ୍ୟାଚରୁ ୧୯ଟି ୱିକେଟ ହାସଲ କରିବାରେ ସଫଳ ରହିଥିଲେ ହର୍ଷିତ । ତେଣୁ ଟିମ ଇଣ୍ଡିଆରେ ବର୍ତ୍ତମାନ ତାଙ୍କୁ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ସୁଯୋଗ ମିଳିଛି । ତେବେ ସାଇ ସୁଦର୍ଶନ ଏବଂ ଜିତେଶ ଶର୍ମା ପୂର୍ବରୁ ଟିମ ଇଣ୍ଡିଆରେ ସାମିଲ ହୋଇ ସାରିଛନ୍ତି । ହର୍ଷିତ ରାଣାଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେ, ରିୟାନ ପରାଗ ଏବଂ ଅଭିଷେକ ଶର୍ମା ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ।

ପ୍ରଥମ ୨ଟି ଟି-୨୦ ମ୍ୟାଚ ପାଇଁ ଟିମ ଇଣ୍ଡିଆ: ଶୁଭମନ ଗିଲ୍(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଅଭିଷେକ ର୍ଶମା, ରିଙ୍କୁ ସିଂହ, ଧ୍ରୁବ ଜୁରେଲ, ରିୟାନ ପରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ୍, ଖଲୀଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ଜିତେଶ ଶର୍ମା, ହର୍ଷିତ ରାଣା

ଶେଷ ୩ଟି ଟି-୨୦ ପାଇଁ ଟିମ ଇଣ୍ଡିଆ: ଶୁଭମନ ଗିଲ୍(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ର୍ଶମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ଶିବମ ଦୁବେ, ରିୟାନ ପରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ୍, ଖଲୀଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ,

Get real time updates directly on you device, subscribe now.