fbpx

ପାକିସ୍ତାନର ଏହି ତିନି ଖିଲାଡିଙ୍କ ଠାରୁ ହାରିଲା ଟିମ୍ ଇଣ୍ଡିଆ, ଅଟକିଲା ୨୯ ବର୍ଷର ବିଜୟ ଅଭିଯାନ

Advertisement

ଦୁବାଇ: ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ବିଶ୍ବକପ୍ ରେକର୍ଡ ଅତି ଦୟନୀୟ ଭାବେ ଭାଙ୍ଗିଛି । ଭାରତକୁ ୧୦ ୱିକେଟ୍ରେ ହରାଇ ପାକିସ୍ତାନ ବିଜୟ ହାସଲ କରିଛି । ଟ୍ବେଣ୍ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ପ୍ରଥମ ବିଜୟ । ଏହାପୂର୍ବରୁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍ କୁ ମିଶାଇ ପାକିସ୍ତାନ ବିପକ୍ଷରେ ଖେଳିଥିବା ସମସ୍ତ ୧୨ଟି ମ୍ୟାଚ୍ରେ ଭାରତ ଅପରାଜେୟ ଥିଲା । ଆଜି କିନ୍ତୁ ଏହି ଧାରା ଆଶ୍ଚର୍ୟ୍ୟଜନକ ଭାବରେ ଭାଙ୍ଗିଯାଇଛି । ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତ ବିପକ୍ଷରେ ପାକିସ୍ତାନର ଏହା ହେଉଛି ସବୁଠୁ ବଡ଼ ବିଜୟ । ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷରେ ଷଷ୍ଠ ମ୍ୟାଚ୍ ଖେଳି ପ୍ରଥମ ଥର ବିଜୟର ମିଠା ସ୍ବାଦ ଚାଖିଛି ପାକିସ୍ତାନ।

ତେବେ ଅଧିନାୟକ ବିରାଟ କୋହଲିଙ୍କ ୫୭ ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ୩୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରି ସମ୍ମାନ ରଖିଥିଲା ଭାରତ। ଏହାର ଜବାବରେ ପାକିସ୍ତାନ ତାର ଯୁବ ଅଧିନାୟକ ବାବର ଆଜମ (୬୮ଞ୍ଚ) ଏବଂ ମହମ୍ମଦ ରିଜୱାନ (୭୯ଞ୍ଚ)ଙ୍କ ଧମାକାଦାର ବ୍ୟାଟିଂ ବଳରେ ୧୩ ବଲ୍ ପୂର୍ବରୁ ବିନା ୱିକେଟ୍ରେ ୧୫୨ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମ୍ୟାଚ୍ ଆରମ୍ଭରୁ ପାକିସ୍ତାନର ରଣନୀତି ଆଗରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା। ସାହିନ ଆଫ୍ରିଦିଙ୍କ ଘାତକ ବୋଲିଂ ଯୋଗୁଁ ଭାରତ ୩୧ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା।

ଦୁବାଇରେ ଆଇପିଏଲ୍ ଖେଳିବାର ଅଭିଜ୍ଞତା, ପୂର୍ବ ପରିସଂଖ୍ୟାନ ଏବଂ ଶୀର୍ଷକ୍ରମର ପହାଡ଼ ଭଳି ରନ୍ ରେକର୍ଡ କିଛି ବି କାମ ଦେଇ ନଥିଲା। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରମୁଖ ଦାବିଦାର କୁହାଯାଉଥିବା ଭାରତ ଟ୍ବେଣ୍ଟି-୨୦ରେ ପ୍ରଥମ ଥର ୧୦ ୱିକେଟ୍ରେ ହାରିବାର ଆଲୋଡ଼ା ରେକର୍ଡ କରିବା ଭାରତୀୟ ପ୍ରଶଂସକଙ୍କୁ ସବୁଠାରୁ ବେଶି ବ୍ୟଥିତ କରିଛି।

 

Get real time updates directly on you device, subscribe now.