fbpx

Team India ଖେଳିବନି Asia Cup-2023! ପାକିସ୍ତାନକୁ ଶ୍ରୀଲଙ୍କା-ବାଂଲାଦେଶର ସମର୍ଥନ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଏବେ ବି ଲାଗି ରହିଛି । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ବିବାଦ ଭିତରେ ବାହାରି ପାରୁନି ସମାଧାନର ବାଟ । ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଯିବ ନାହିଁ ବୋଲି ବିସିସିଆଇ ସଚିବ ଜୟ ଶାହ ମନା କରିବା ପରେ ବିବାଦ ଘେରରେ ରହିଛି ଏହି ଟୁର୍ଣ୍ଣାମେଣ୍ଟ । ତେବେ ବର୍ତ୍ତମାନ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍-୨୦୨୩ ଆଉ ଏକ ନୂଆ ମୋଡ ନେଇଛି । ଭାରତ ଏବେ ବାଂଲାଦେଶ ଏବଂ ଶ୍ରୀଲଙ୍କାର ସମର୍ଥନ ମଧ୍ୟ ହରାଇଛି ।

ପାକିସ୍ତାନକୁ ଭାରତ ଯିବା ପାଇଁ ମନା କରିବା ପରେ ପିସିବି ପକ୍ଷରୁ ଏକ ହାଇବ୍ରିଡ ମଡେଲ ପ୍ରସ୍ତୁତ କରାଯାଇଥିଲା । ଏହି ମଡେଲ ଅନୁସାରେ, ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ କେବଳ ଭାରତର ସମସ୍ତ ମ୍ୟାଚ ପାକିସ୍ତାନ ବାହାରେ ଅନ୍ୟ ଦେଶରେ ଖେଳାଯିବ । ଏହି ନିୟମକୁ ଭାରତ ଖାରଜ କରିବା ପରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟ ଏଥିରେ ଅସନ୍ତୋଷ ଜାହିର କରିଥିଲେ । କିନ୍ତୁ ବର୍ତ୍ତମାନ ରିପୋର୍ଟ ଅନୁସାରେ, ଏହି ଦୁଇ ଦେଶ ପାକିସ୍ତାନର ହାଇବ୍ରିଡ ମଡେଲରେ ରାଜି ହୋଇ ଯାଇଛନ୍ତି । ଯାହାଦବାରା ଆୟୋଜକ ପାକିସ୍ତାନ ରହିଲେ ମଧ୍ୟ ଭାରତର ସମସ୍ତ ମ୍ୟାଚ ଅନ୍ୟ ଦେଶରେ ଖେଳାଯିବ । ତେବେ ଏହାପରେ ବିସିସିଆଇ ସଚିବ ଜୟ ଶାହ ଏସିଆ କପର ଏହି ହାଇବ୍ରିଡ ମଡେଲ ଉପରେ ଚର୍ଚ୍ଚା କରିବା ପାଇଁ ଏସିସି ବୋର୍ଡର ସଦସ୍ୟଙ୍କ ସହିତ ଏକ ବୈଠକ କରିବାକୁ ଯାଉଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପିସିବିର ହାଇବ୍ରିଡ ମଡେଲରେ ଖେଳାଗଲେ ଭାରତ ଏଥିରୁ ବହିଷ୍କାର ହୋଇପାରେ ।

ରିପୋର୍ଟ ଅନୁସାରେ, ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ପାଇଁ ହାଇବ୍ରିଡ ମଡେଲରେ ଦୁଇଟି ବିକଳ୍ପ ଦେଇଛି । ପ୍ରଥମରେ ପାକିସ୍ତାନରେ ସମସ୍ତ ମ୍ୟାଚ ଖେଳାଯିବ ଏବଂ କେବଳ ଭାରତର ମ୍ୟାଚ ଅନ୍ୟ ଦେଶରେ ଖେଳାଯିବ । ନଚେତ ଦ୍ୱିତୀୟରେ ଟୁର୍ଣ୍ଣାମେଣ୍ଟକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯିବ- ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନ ଆୟୋଜକ ଭାବେ ରହିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ଅନ୍ୟ ଦେଶରେ ନିଜ ମ୍ୟାଚଗୁଡିକ ଖେଳିବ । ଏହାସହିତ ଫାଇନାଲ ମ୍ୟାଚ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ବୋଲି କୁହାଯାଇଛି । ତେବେ ବାଂଲାଦେଶ ଏବଂ ଶ୍ରୀଲଭ୍କା ଦ୍ୱିତୀୟ ବିକ୍ଳପରେ ସମର୍ଥନ ଜଣାଇଛନ୍ତି । ବର୍ତ୍ତମାନ ଭାରତର ନିଷ୍ପତ୍ତିକୁ ଅପେକ୍ଷା କୀିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.