fbpx

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ: ଟିମ୍ ଇଣ୍ଡିଆର T-20 ଓ ଦିନିକିଆ ସ୍କ୍ୱାଡ୍ ଘୋଷଣା, ଫେରିଲେ ପୃଥ୍ୱୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମ୍ ଇଣ୍ଡିଆର ଦିନିକିଆ ଓ ଟି-୨୦ ସ୍କ୍ୱାଡ ଘୋଷଣା କରାଯାଇଛି । ଆଘାତ ଜନିତ କାରଣରୁ ସଞ୍ଜୁ ସାମସନ ଦଳର ଉଭୟ ଫର୍ମାଟରୁ ବାଦ୍ ପଡ଼ିଛନ୍ତି । କେ.ଏସ୍ ଭରତଙ୍କୁ ଦିନିକିଆ ଓ ଜିତେଶ ଶର୍ମାଙ୍କୁ ଟି-୨୦ରେ ସ୍ଥାନ ମିଳିଛି । କେ.ଏଲ ରାହୁଲ ଓ ଅକ୍ଷର ପଟେଲ ପାରିବାରିକ ସମସ୍ୟା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଖେଳିବେ ନାହିଁ ।

ରୋହିତ ଶର୍ମା ଦିନିକିଆ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ୱ ନେବେ । ହାର୍ଦ୍ଦିକ ଦିନିକିଆରେ ଉପଅଧିନାୟକ ଓ ସୂର୍ଯ୍ୟକୁମାର ଯାଦବ ଟି-୨୦ରେ ଉପଅôଧନାୟକ ଦାୟିତ୍ୱ ସମ୍ଭାଳିବେ । ଟି-୨୦ରେ କିଛି ସିନିୟର ଖେଳାଳିଙ୍କୁ ଦଳରୁ ବାହାର କରାଯାଇଛି । ବିରାଟ କୋହଲି ଓ ରୋହିତଙ୍କୁ ଦଳରେ ସ୍ଥାନ ମିଳିନାହିଁ । ରଣଜୀ ଟ୍ରଫିରେ ଶାନଦାର ତ୍ରିଶତକ ହାସଲ କରିଥିବା ପୃଥ୍ୱୀ ଶ’ ଦଳକୁ ଫେରିଛନ୍ତି ।

ଦିନିକିଆ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଈଶନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଆୟର, କେ.ଏସ ଭରତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ।

ଟି-୨୦ ସ୍କ୍ୱାଡ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଈଶନ କିଶନ (ୱିକେଟ କିପର), ଆର.ଗାଏକୱାଡ, ଶୁବମନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ଶିଭମ ମାଭି, ପୃଥ୍ୱୀ ଶ’, ମୁକେଶ କୁମାର ।

Get real time updates directly on you device, subscribe now.