fbpx

ଟିମ୍ ଇଣ୍ଡିଆର ବଡ଼ ରେକର୍ଡ: ବିଶ୍ୱକପରେ ଦଳଗତ ଭାବେ ସର୍ବାଧିକ ୱିକେଟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଫାଇନାଲ ଲଢ଼େଇ ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଭାରତୀୟ ବୋଲିଂ ବାହିନୀ ଅଷ୍ଟ୍ରେଲିଆକୁ ରୋକିବାକୁ ସଂଘର୍ଷ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଭାରତ ଅଷ୍ଟ୍ରେଲିଆ ୧୪ ଓଭରରେ ୭୩ ରନରେ ୩ଟି ୱିକେଟ ହରାଇ ବିଜୟ ପାଇଁ ସଂଘର୍ଷ ଚଳାଇଛି ।

ତେବେ ଏହା ମଧ୍ୟରେ ଭାରତ ଏକ ବଡ଼ ରେକର୍ଡ କରିଛି । ବିଶ୍ୱକପରେ ଦଳଗତ ଭାବେ ସର୍ବାଧିକ ୱିକେଟ ହାସଲ କରିଛି ଭାରତ । ଚଳିତ ବିଶ୍ୱକପରେ ଭାରତ ମୋଟ ୯୮ଟି ୱିକେଟ ନେଇ ପୂର୍ବ ରେକର୍ଡ ଭାଙ୍ଗିଛି । ଗତ ୨୦୦୭ ବିଶ୍ୱକପରେ ଅଷ୍ଟ୍ରେଲିଆ ସର୍ବାଧିକ ୯୭ଟି ୱିକେଟ ନେଇଥିବା ବେଳେ ଭାରତ ଉକ୍ତ ରେକର୍ଡକୁ ଭଙ୍ଗ କରିଛି ।

ତେବେ ଭାରତ ମାଟିରେ ବିଶ୍ୱକପ ଲଢ଼େଇ ଚାଲିଥିବା ବେଳେ କୋଟି କୋଟି ଭାରତୀୟ ପ୍ରଶଂସକ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ଆଉ ମାତ୍ର କିଛି ଘଣ୍ଟା ପରେ ଖେଳ ସରିଯିବ । ଏହି କିଛି ଘଣ୍ଟାର ପରିଶ୍ରମରୁ ହିଁ ବିଜେତା ନିର୍ଦ୍ଧାରଣ ହେବ । ଆଜିର ଦିନ କାଲିକୁ ଆଉ ଆସିବନି । ପୁଣି ବିଶ୍ୱକପ ଖେଳିବାକୁ ଆଉ ୪ ବର୍ଷର ଦୀର୍ଘ ପ୍ରତୀକ୍ଷା କରିବାକୁ ପଡ଼ିବ । ତେଣୁ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଏହି ସମୟରେ ଜୀବନ-ମରଣ ଭିତ୍ତିରେ ସଂଘର୍ଷ କରିବା ଉଚିତ ।

Get real time updates directly on you device, subscribe now.