fbpx

ଚମତ୍କାର ଢଙ୍ଗରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାତ୍ର ୪ ରନରେ ହାରିଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ନିଆରା ଢଙ୍ଗରେ କବଜା କରିଛି ଟିମ୍ ଇଣ୍ଡିଆ । ପୂର୍ବରୁ ପ୍ରଥମ ମ୍ୟାଚରେ ମହିଳା କ୍ରିକେଟ ଟିମ୍ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ମାତ୍ର ଭାରତୀୟ ମହିଳା ବାହିନୀଙ୍କ ଉଚ୍ଚକୋଟିର ପ୍ରଦର୍ଶନ ଫଳରେ ଶେଷରେ ହାର ମାନିଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ଫଳରେ ଭାରତ ଏହି ସିରିଜରେ ୨-୦ରେ ଆଗୁଆ ରହିଛି ।

ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ଶାନଦାର ଶତକ ଅର୍ଜନ କରିଥିଲେ । ଅନ୍ତିମ ଓଭରରେ ପୂଜା ଭସ୍ତ୍ରାକର ଭାରତକୁ ବିଜୟ ଭେଟି ଦେଇଥିଲେ । ଭାରତ ଏହି ମ୍ୟାଚରେ ୩୨୫ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ ହେଁ ବିଜୟ ହାସଲ କରିଥିବା ଏତେ ସହଜ ନଥିଲା । ଏହି ମ୍ୟାଚରେ ଜିତିବା ପାଇଁ ଭାରତୀୟ ଖେଳାଳିଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା । ବେଙ୍ଗାଲୁରୁରେ ଖେଳାଯାଇଥିବା ଏହି ମ୍ୟାଚରେ ଶେଷରେ ଭାରତ ମାତ୍ର ୪ ରନରେ ବିଜୟୀ ହୋଇଥିଲା ।

ଦକ୍ଷିଣ ଆଫ୍ରିକା ଏହି ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୩୨୧ ରନରେ ଅଟକି ଯାଇଥିଲା । ମ୍ୟାଚର ଏଭଳି ସ୍ଥିତି ଥିଲା ଯେ, ଦକ୍ଷିଣ ଆଫ୍ରିକା ସହଜ ବିଜୟ ହାସଲ କରିନେବ ବୋଲି ଆଶା କରାଯାଉଥିଲା । ମାତ୍ର ଶେଷରେ ଓଭରରେ ପୂଜା ଭସ୍ତ୍ରାକର ୨ଟି ୱିକେଟ ନେଇ ମ୍ୟାଚର ଗତିପଥକୁ ବଦଳାଇ ଦେଇଥିଲେ । ଶେଷ ଓଭରରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୧୧ ରନ ଆବଶ୍ୟକ ହେଉଥିଲା । ତୃତୀୟ ଓ ଚତୁର୍ଥ ବଲରେ ପୂଜା ଦୁଇଟି ୱିକେଟ ହାସଲ କରିଥିଲେ । ଏହି ମ୍ୟାଚରେ ମନ୍ଧାନା ୧୨୦ ରନ୍ ଓ ହରମନପ୍ରୀତ ୧୦୩ ରନ୍ ସଂଗ୍ରହ କରି ବଡ଼ ସ୍କୋର ଛିଡ଼ା କରିବାରେ ବଡ଼ ଭୂମିକା ନିଭାଇଥିଲେ ।

Get real time updates directly on you device, subscribe now.