fbpx

ଟିମ ଇଣ୍ଡିଆର Playing-11ରେ ଖତରନାକ ଖେଳାଳି: ଶ୍ରୀଲଙ୍କା ବୋଲରଙ୍କ ପାଇଁ ସାଜିବେ ଟେନସନ୍

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହିତ ଭାରତ ନୂଆ ଅଧିନାୟକ ଏବଂ ନୂଆ କୋଚଙ୍କୁ ଦଳରେ ସ୍ୱାଗତ କରିବାକୁ ଚାହିଁବ । ତେଣୁ ରୋହିତଙ୍କ ଅବସର ପରେ ଏକ ନୂଆ ଦଳକୁ ନେଇ ମଇଦାକୁ ଆସିବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ତେବେ ଦଳରେ ମୁଖ୍ୟ କୋଚ୍ ଭୂମିକାରେ ଦାୟିତ୍ୱ ଆରମ୍ଭ କରିବେ ଗୌତମ ଗମ୍ଭୀର । ତେଣୁ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଟିମ ଇଣ୍ଡିଆରେ ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ଋଷଭ ପନ୍ତ, ସଞ୍ଜୁ ସାମସନ୍ ଏବଂ ମହମ୍ମଦ ସିରାଜ ଭଳି ଷ୍ଟାର ଖେଳାଳି ସାମିଲ ରହିଛନ୍ତି । ଏହାବ୍ୟତୀତ ରିଙ୍କୁ ସିଂହ ଏବଂ ରିୟାନ୍ ପରାଗ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ତେବେ ପ୍ଲେଇଙ୍ଗ-୧୧ରେ ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜଏସ୍ୱାଲ ପାଳି ଆରମ୍ଭ କରିପାରନ୍ତି । ଉଭୟ କେଳାଳି ଜିମ୍ବାୱେ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ଟି-୨୦ ଦଳର ସୁପରଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଆହୁରି ମଜବୁତ କରିବେ । ଟି-୨୦ ବିଶ୍ୱକପରେ ନିଜ ଫର୍ମକୁ ପେରିବା ସହ ଭାରତକୁ ଟ୍ରଫି ଜିତାଇ ଆଲୋଚକଙ୍କୁ କଡ଼ା ଜବାବ ଦେଇଥିଲେ ହାର୍ଦ୍ଦିକ ।

ଟି-୨୦ ଦଳରେ ହାର୍ଦ୍ଦିକ ଜଣେ ପ୍ରମୁଖ ଫିନିଶର ଭୂମିକାରେ ନଜର ଆସିବେ । ମଧ୍ୟକ୍ରମରେ ବ୍ୟାଟିଂ କରି ଯେକୌଣସି ବୋଲରଙ୍କ ବଲକୁ ବଡ଼ ଶଟ୍ କେଳିବାରେ ମାହିର ହେଉଛନ୍ତି ହାର୍ଦ୍ଦିକ । ଜିମ୍ବାୱେ ବିପକ୍ଷ ସିରିଜରେ ବିଶ୍ରାମ ନେଇଥିଲେ ଦଳର ଏହି ଷ୍ଟାର ଅଲରାଉଣ୍ଡର । ତେବେ ଏହାପରେ ଶ୍ରୀଲଙ୍କା ବିପକ୍ଷ ସିରିଜରୁ ସେ ପୁଣିଥରେ ଟିମ ଇଣ୍ଡିଆକୁ କମବ୍ୟାକ କରିବାକୁ ଯାଉଛନ୍ତି । ବିସ୍ଫୋରକ ବ୍ୟାଟିଂ ବ୍ୟତୀତ ଭାରତୀୟ ଦଳ ପାଇଁ ସଂକଟ ସମୟରେ ଦମଦାର ବୋଲିଂ କରିବାରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ମାହିର । ତେବେ ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ଦାୟିତ୍ୱରେ ମଧ୍ୟ ହାର୍ଦ୍ଦିକ ବଡ଼ ଭୂମିକା ଗ୍ରହଣ କରିପାରିବେ ।

Get real time updates directly on you device, subscribe now.