fbpx

କ୍ରିକେଟ ମଇଦାନରେ ତାପସୀ: ରିଲିଜ ହେଲା ମିଥାଲିଙ୍କ ବାୟୋପିକ ‘ସାବାସ ମିଠୁ’ର ଟିଜର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ହୋଲି ଅବସରରେ ରିଲିଜ ହୋଇଛି ‘ସାବାସ ମିଠୁ’ର ଟିଜର । ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ହୋଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର । ଏଥିରେ ମିତାଲିଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଚୁଲବୁଲୀ ନାୟିକା ତାପସୀ ପନ୍ନୁ । ଏହି ଫିଲ୍ମର ଟିଜିରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି ତାପସୀ । ଏହାପରେ ଭିହିଓ ଖୁବ ଭାଇରାଲ ହେବା ସହ ସମସ୍ତଙ୍କ ମନକୁ ଛୁଇଁଛି ଏହି ଟିଜର ।

୫୬ ସେକେଣ୍ଡର ଏହି ଭିଡିଓରେ ତାପସୀ ଡ୍ରେସିଙ୍ଗ ରୁମ ସହ ମିତାଲିଙ୍କ ଜର୍ସିରେ ପଡିଆ ଭିତରେ ଏଣ୍ଟ୍ରି ମାରୁଥିବାର ଦେଖିବାକୁ ମିଳିଛି । ଏହାସହିତ ଦର୍ଶକ ତ୍ରିରଙ୍ଗା ପତାକା ସହ ତାଙ୍କର ସ୍ୱାଗତ କରୁଥିବା ଭିଡିଓରେ ଦର୍ଶାଯାଇଛି । ମିତାଲିଙ୍କ ସ୍ଥାନରେ ଥିବା ତାପସୀଙ୍କୁ ଇଣ୍ଟ୍ରୋଡ୍ୟୁସ କରିବା ସହ ତାଙ୍କ ରେକର୍ଡ ବିଷୟରେ ବଖାଣିଛନ୍ତି କମେଣ୍ଟ୍ରେଟର । ଇଣ୍ଡିଆନ କ୍ରିକେଟ ଟିମର ବ୍ଲୁ ଜର୍ସିରେ ମିତାଲିଙ୍କ ଚେହେରା ସହ ଖୁବ ମେଳ ଖାଉଛି ତାପସୀଙ୍କ ଲୁକ ।

 

View this post on Instagram

 

A post shared by Taapsee Pannu (@taapsee)

ତାପସୀଙ୍କ ବ୍ୟତୀତ ଏହି ସିନେମାରେ ପ୍ରମୁଖ ଭୂମିକାରେ ନଜର ଆସିବେ ଅଭିନେତା ବିଜୟ ରାଜ । ବାୟାକାମ ୧୮ ଷ୍ଟୁଡିଓଜ ଏହି ସିନେମାର ପ୍ରଯୋଜନା ଭାର ନେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଜିତ ମୁଖାର୍ଜୀ । ତେବେ କେବେ ଏହି ଚଳଚ୍ଚିତ୍ର ସିନେମା ହଲକୁ ଆସିବ ସେ ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.