fbpx

କଙ୍ଗନାଙ୍କ ଉପରେ ବର୍ଷିଲେ ତେଜ ପ୍ରତାପ, ବଳିଦାନ ଦେଇନଥିଲେ କୌଣସି ଇଂରେଜଙ୍କ ଘରେ…

ମୁମ୍ବାଇ : ୧୯୪୭ ମସିହାରେ ଭାରତକୁ ଭିକରେ ସ୍ଵାଧୀନତା ମିଳିଥିଲା। ଏପରି ବୟାନ ଦେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଅଡୁଆରେ। ଚାରି ଆଡୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ସାଧାରଣ ଲୋକେ ସାମାଜିକ ଗଣମାଧ୍ୟମରେ ଅଭିନେତ୍ରୀଙ୍କୁ ତିରସ୍କାର କରିଛନ୍ତି। ରାଜନେତାମାନେ ନିଜ ନିଜର ଟ୍ଵିଟର ଜରିଆରେ କଙ୍ଗନାଙ୍କ ଉପରେ ବର୍ଷୁଛନ୍ତି। ଏହା ମଧ୍ୟରେ ଲାଲୁ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ ଟ୍ଵିଟ୍ କରି କଙ୍ଗନାଙ୍କ ଟାର୍ଗେଟ୍ କରିଛନ୍ତି।
ତେଜ ପ୍ରତାପ କହିଛନ୍ତି, ଯଦି ସ୍ଵାଧୀନତା ସଂଗ୍ରାମୀ ବଳିଦାନ ଦେଇନଥାନ୍ତେ ତେବେ ଆଜି କୌଣସି ଇଂରେଜଙ୍କ ଘରେ ଜୋତା-ଚପଲ ସଫା କରୁଥାନ୍ତେ। ତେଜ ପ୍ରତାପ କଙ୍ଗନାଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରି(ଯେଉଁଥିରେ କଙ୍ଗନା ନିଜର ଜୋତା ଷ୍ଟାଣ୍ଡକୁ ସଫା କରୁଛନ୍ତି) ଲେଖିଛନ୍ତି, ଯେତେବେଳେ କିଛି ଲୋକ ଇଂରେଜଙ୍କୁ କ୍ଷମା ମାଗୁଥିଲେ ସେହି ସମୟରେ ଦେଶର ବୀର ଫାଶୀରେ ଝୁଲୁଥିଲେ। ଦେଶକୁ ୨୦୧୪ରେ ଯାଇ ସ୍ଵାଧୀନତା ମିଳିବା କହି ଦେଶର ସ୍ଵାଧୀନତା ସଂଗ୍ରାମୀଙ୍କ ଅପମାନ କରନ୍ତୁ ନାହିଁ। ଯଦି ସେମାନେ ନିଜ ଜୀବନ ବଳିଦାନ ଦେଇନଥାନ୍ତେ ତେବେ ତୁମେ ଆଜି କୌଣସି ଇଂରେଜଙ୍କ ଘରେ ଚପଲ ସଫା କରୁଥାନ୍ତେ ବୋଲି ତେଜ ପ୍ରତାପ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଟାଇମ୍ସ ନାଓ ସମିଟ୍ରେ କଙ୍ଗନା କହିଥିଲେ ଯେ, ସଭରକର, ରାଣୀ ଲକ୍ଷ୍ମୀବାଈ, ନେତା ସୁଭାଷଚନ୍ଦ୍ର ବୋଷ ଏହି ସମସ୍ତ ବ୍ୟକ୍ତି ଜାଣିଥିଲେ ଯେ, ରକ୍ତ ବହିବ ମାତ୍ର ଏହା ମଧ୍ୟ ମନେ ରଖିବାକୁ ପଡିବ ଯେ, ହିନ୍ଦୁସ୍ଥାନୀ-ହିନ୍ଦୁସ୍ଥାନୀଙ୍କ ରକ୍ତ ନବୁହାଉ। ନିଃସନ୍ଦେହ ସେମାନେ ସ୍ଵାଧୀନତାର ମୂଲ୍ୟ ଦେଇଛନ୍ତି। ମାତ୍ର ତାହା ସ୍ଵାଧୀନତା ନଥିଲା ତାହା ଭିକ ଥିଲା। ସ୍ଵାଧୀନତା ତ ୧୦୧୪ରେ ଯାଇ ମିଳିଛି ବୋଲି କଙ୍ଗନା କହିଥିଲେ।
ନିଜ ବୟାନକୁ ନେଇ ଟ୍ରୋଲ ହେବା ପରେ କଙ୍ଗନା କହିଛନ୍ତି, ସ୍ଵାଧୀନତା ପାଇଁ ୧୮୫୭ରେ ପ୍ରଥମ ଥର ଲଢେଇ ହୋଇଥିଲା। ଏହି ଲଢେଇରେ ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଈ ଏବଂ ବୀର ସଭରକରଙ୍କ ପରି ମହାନ ଲୋକେ ବଳିଦାନ ଦେଇଛନ୍ତି। ୧୮୫୭ର ଲଢେଇ ମୋତେ ଜଣା ଅଛି। ମାତ୍ର ୧୯୪୭ରେ କେଉଁ ଯୁଦ୍ଧ ହୋଇଥିଲା, ମୋତେ ଜଣାଇ ଦିଅନ୍ତୁ। ଯଦି କିଏ ମୋତେ ଜଣାଇ ପାରିବେ ତେବେ ମୁଁ ନିଜର ପଦ୍ମଶ୍ରୀ ଫେରାଇ ଦେବି ଏବଂ କ୍ଷମା ବି ମାଗିବି। କୃପା କରି ମୋତେ ଏଥିରେ ସାହାଯ୍ୟ କରନ୍ତୁ।

Get real time updates directly on you device, subscribe now.