ବିଜେପିକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ବିଧାୟକ ଟି ରାଜା ସିଂହ

ତେଲେଙ୍ଗାନାରେ ବିଜେପିକୁ ବଡ଼ ଝଟକା, ବିଧାୟକ ଟି ରାଜା ସିଂହ ଦଳରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ତେଲେଙ୍ଗାନାରେ ବିଜେପିକୁ ବଡ଼ ଝଟକା ଲାଗିଛି। ଗୋଶାମହଲର ବିଧାୟକ ଟି ରାଜା ସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ, ଟି ରାଜା ସିଂହ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢିବାକୁ ଚାହୁଁଥିଲେ।

ସେ ନିଜର ଇସ୍ତଫା ପତ୍ର ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଜି କିଶାନ ରେଡ୍ଡୀଙ୍କୁ ପଠାଇଛନ୍ତି। ଟି ରାଜା ସିଂହ ଚିନ୍ତା ଏବଂ ନିରାଶ ହେବାର କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ସେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଜି କିଶାନ ରେଡ୍ଡୀଙ୍କୁ ଲେଖିଥିବା ନିଜର ଇସ୍ତଫାରେ କହିଛନ୍ତି ଯେ, ମୁଁ ବହୁତ ନିରାଶର ସହ ଏହି ପତ୍ର ଲେଖିଛି। ଅନେକ ମିଡିଆ ରିପୋର୍ଟରୁ ଜଣାପଡ଼ିଛି ଯେ, ରାମଚନ୍ଦର ରାଓଙ୍କୁ ତେଲେଙ୍ଗାନା ବିଜେପିର ନୂଆ ପ୍ରଦେଶ ଅଧ୍ୟକ୍ଷ ହୋଇପାରିଥାଆନ୍ତେ।

ଇସ୍ତଫା ପରେ ଟି ରାଜା କହିଛନ୍ତି ଯେ, ମୁଁ ପାର୍ଟୀରୁ ଅଲଗା ହୋଇଗଲି କିନ୍ତୁ ହିନ୍ଦୁତ୍ୱ ଏବଂ ଗୋଶାମହଲର ଲୋକଙ୍କ ସେବା ଜାରି ରଖିବି। ବିଜେପି ପ୍ରଦେଶ ଅଧ୍ୟକ୍ଷ ଜି କିଶାନ ରେଡ୍ଡୀଙ୍କୁ ଚିଠି ଲେଖି ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ବିଜେପିର ସଦସ୍ୟ ନୁହେଁ। ମୁଁ ଦଳରୁ ଅଲଗା ହୋଇପାରିବି, ହେଲେ ହିନ୍ଦୁତ୍ୱର ବିଚାରଧାରା ଏବଂ ଗୋଶାମହଲର ଲୋକଙ୍କ ସେବା ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧ ଅଛି।