fbpx

‘ରାହୁଲ ଗାନ୍ଧୀ ବେରୋଜଗାରୀ, କାରଣ..’, କଂଗ୍ରେସ ସାଂସଦ ଉପରେ ବର୍ଷିଲେ କେ.ଟି ରାମା ରାଓ

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତିର ନେତା କେ.ଟି ରାମା ରାଓ ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଫେସନାଲ କ୍ୟାରିୟର ଉପରେ ପ୍ରଶ୍ନ କରିଛନ୍ତି । ସେ ଦାବି କରିଛନ୍ତି ଯେ, ସେ କେବେ ବି ପ୍ରବେଶ ପରୀକ୍ଷାରେ ଭାଗ ନେଇନାହାନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କେଟିଆର କହିଛନ୍ତି ଯେ, ରାହୁଲ ଗାନ୍ଧୀ ୨୦୧୪ରେ ନିଜ ଚାକିରି ହରାଇବା ପରେ ବେରୋଜଗାରୀ ଅଟନ୍ତି ।

କେଟିଆର କହିଛନ୍ତି ଯେ, ରାଜନୀତିରେ ଆଗାମୀ ସମୟରେ ସେ ନିଜେ ଅନେକ ପ୍ରବେଶ ପରୀକ୍ଷା ଦେଇଛନ୍ତି ଏବଂ ବହୁ କମ୍ପାନୀ ପାଇଁ କାମ କରିଛନ୍ତି । ହେଲେ ରାହୁଲ ଗାନ୍ଧୀ ଆଜି ବେରୋଜଗାର ଅଛନ୍ତି । କାରଣ ସେ ୨୦୧୪ରେ ତାଙ୍କ ଚାକିରି ହରାଇଛନ୍ତି । ସେ ନିଜେ ଏବଂ ତାଙ୍କ ପାର୍ଟୀ ୨୦୧୪ରେ ନିଜ ଚାକିରି ହରାଇଛନ୍ତି । ତେଣୁ ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ, ରାହୁଲ ଗାନ୍ଧୀ କିଛି ପ୍ରବେଶ ପରୀକ୍ଷା ଦେଇଛନ୍ତି କି? ଏହା ବ୍ୟତୀତ ସେ ଅନ୍ୟ କୌଣସି ପ୍ରାଇଭେଟ କମ୍ପାନୀରେ କାମ କରିଛନ୍ତି କି?

ଏହାରି ମଧ୍ୟରେ କେଟିଆର କଂଗ୍ରେସର ପୂର୍ବତନ ପ୍ରଧାନମନ୍ତ୍ରୀ ଡିବି ନରସିମ†ା ରାଓଙ୍କ ଅପମାନ କରିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ପିଏମ ପିବି ନରସିମ†ା ରାଓଙ୍କ ସହ ହୋଇଥିବା ଅନ୍ୟାୟ ବିଷୟରେ ପ୍ରିୟଙ୍କାଗାନ୍ଧୀ ଜାଣିନାହାନ୍ତି । ସେ ଏପରି ବ୍ୟକ୍ତି ଯାହାଙ୍କୁ ଆମେ ଆଦର କରୁଛୁ । ସେ ସାରା ଜୀବନ କଂଗ୍ରେସ ପାର୍ଟୀର ସେବା କରିଛନ୍ତି, ହେଲେ କଂଗ୍ରେସ ପାର୍ଟୀ ତାଙ୍କୁ ଅପମାନିତ କରିଛି ।

ସେ ଅଭିଯୋଗ ଲଗାଇଛନ୍ତି ଯେ, ସିଟିଙ୍ଗ ପ୍ରାଇମ ମିନିଷ୍ଟର ତାଙ୍କୁ ୧୯୯୬ ମସିହାରେ ଲୋକସଭାର ଟିକେଟ ଦେଇ ନାହାନ୍ତି । କେଟିଆର କହିଛନ୍ତି ଯେ, ମୁଁ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହା ମଧ୍ୟ ମନେପକାଇ ଦେବାକୁ ଚାହୁଁଛି ଯେ, ତାଙ୍କ ପରଲୋକ ପରେ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ତାଙ୍କ ପାର୍ଥିବ ଶରୀରକୁ ୨୪ ଅକ୍ଟୋବରରେ ରୋଡ଼ ସ୍ଥିତ ପାର୍ଟୀ ମୁଖ୍ୟାଳୟରେ ଆଣିବାର ଅନୁମତି ମଧ୍ୟ ଦେଇନାହିଁ ।

ବିଆଇଏସ ନେତା ଅଗକୁ କହିଛନ୍ତି ଯେ, ସେ ନିଜେ ଦୁଃଖିତ କାରଣ ପ୍ରିୟଙ୍କା ଗାନ୍ଧୀ ତାଙ୍କ ବିଷୟରେ ଜାଣିନାହାନ୍ତି । ସେ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉଭୟଙ୍କୁ ଅପିଲ କରିଛନ୍ତି ଯେ, ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ଭୁଲ ମାଗନ୍ତୁ ।

Get real time updates directly on you device, subscribe now.