fbpx

ଜୁଲାଇ ୨୦ରୁ ରାଜ୍ୟରେ ଟେଲି ମେଡ଼ିସିନ ସେବା

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ଜୁଲାଇ ୨୦ରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡ଼ିସିନ ସେବା । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୪୧ଟି ଜାଗାରେ ଏହି ସେବା ମିଳିବ । ଟେଲିଫୋନ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ରୋଗୀ । ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ଟେଲିମେଡ଼ିସିନ ସେବା ମିଳିବ । କିନ୍ତୁ ମେଡ଼ିକାଲ କଲେଜଗୁଡ଼ିକରେ ଏହି ସେବା ୨୪ଘଣ୍ଟା ଯାକ ମିଳିବ ।

କରୋନାରେ ଡାକ୍ତରଖାନାରୁ ଭିଡ଼ କମାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସବୁ ଜିଲ୍ଲା ଚିକିତ୍ସାଳୟ ଓ ୭ ସରକାରୀ ମେଡ଼ିକାଲ କଲେଜରେ ଏହି ସେବା ଉପଲବ୍ଧ ହେବ । ସେହିପରି ରାଉରକେଲାର ଆରଜିଏଚ, କ୍ୟାପିଟାଲ ହସ୍ପିଟାଲରେ ଟେଲି ମେଡ଼ିସିନ ସେବା ମିଳିବ । କଟକ କ୍ୟାନସର ହସ୍ପିଟାଲ ଓ ଶିଶୁ ଭବନରେ ମଧ୍ୟ ଏହି ସେବା ମିଳିବ ।

Get real time updates directly on you device, subscribe now.