fbpx

କଟକଣାକୁ ମାନିଲେନି ଦୁର୍ଘଟଣାରେ ଚାଲିଗଲା ଜୀବନ

ତେଲେଙ୍ଗାନା: କରୋନା ସଂକ୍ରମଣ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଲାଗୁ କରାଯାଇଛି । ହେଲେ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ୍ । ବେପରୁଆ ଭାବରେ ପୋଲିସ୍ କୁ ଚକମା ଦେଇ ଏଣେ ତେଣେ ବୁଲି ସଂକ୍ରମଣକୁ ବଢ଼ାଉଛନ୍ତି । ତେବେ ଏହି ସଂକ୍ରମଣ ମଧ୍ୟରେ ତେଲେଙ୍ଗାନାରେ ଏକ ସାଂଘାତିକ ସଡକ ଦୁର୍ଘଟଣାର ଚିତ୍ର ସାମନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ମାନେ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । କଟକଣାକୁ ଉଲଂଘନ କରିବାର ପରିଣତି ଏପରି ବି ହୋଇପାରେ ତାହା ଆପଣ ମାନେ ବୁଝିପାରିବେ । ତେବେ ସେହି ଦୁର୍ଘଟଣାର ଏକ ଭିଡିଓ ଭାଇରାଲ୍ ହୋଇଛି । ଘଟଣାଟି ତେଲେଙ୍ଗାନାର ମଞ୍ଚେରିୟଲ୍ ଜିଲ୍ଲାରେ ଘଟିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ଜିଲ୍ଲାର ଏକ ଚେକ୍ ପୋଷ୍ଟରେ ପୋଲିସ୍ ଲକଡାଉନ୍ ଜାରି ରହିଥିବାରୁ ମୁତୟନ ହୋଇଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଗାଡି ଗୁଡିକୁ ଯାଞ୍ଚ କରିବା ନିମେନ୍ତ ସେଠାରେ ରାସ୍ତା ବନ୍ଦ କରିବା ଲାଗି ପଡିଥିବା ଗେଟ୍ ପଡିଥିବା ଦେଖିବାକୁ ମିଳିଛି । ହେଲେ କିଛି ସମୟ ପରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯୁବକ ପୋଲିସ୍ କୁ ଦେଖି ଗାଡିର ସ୍ପିଟ୍ ବଢ଼ାଇଦେଉଛନ୍ତି । ଆଉ ପୋଲିସ୍ ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଗାଡିକୁ ନ ରଖି ଗେଟ୍ କୁ କ୍ରସ୍ କରି ଯିବାକୁ ଚେଷ୍ଟା କରୁଛନ୍ତି ଆଉ ସେହି ସମୟରେ ଗାଡି ଚଲାଉଥିବା ଯୁବକ ଜଣକ ନିଜ ସୁରକ୍ଷା ପାଇଁ ସତର୍କ ହୋଇଯାଇଛନ୍ତି । ହେଲେ ପଛରେ ବସିଥିବା ବ୍ୟକ୍ତିଜଣକ ନିଜ ସୁରକ୍ଷା ନ କରିପାରି ଗେଟ୍ ରେ ପିଟି ହୋଇଯାଉଛନ୍ତି ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଉଛି ।

Get real time updates directly on you device, subscribe now.