fbpx

ଏହି ସ୍ୱପ୍ନ ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ : ନଚେତ୍ ହୋଇପାରେ କ୍ଷତି

ଶୋଇବା ସମୟରେ ଆମେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହା କି ଏକ ସାଧାରଣ କଥା ।ତେବେ ଆମେ ଦେଖିଥିବା ସ୍ୱପ୍ନ ବିଷୟରେ ଘର ଲୋକ କିମ୍ବା ଅନ୍ୟମାନଙ୍କ ଆଗରେ ମଧ୍ୟ କହିଥାନ୍ତି । କିନ୍ତୁ ଆମେ ଦେଖୁଥିବା ଅନେକ ସ୍ୱପ୍ନ ଆମକୁ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ବାସ୍ତୁ ଶାସ୍ତ୍ର ପରି ସ୍ୱପ୍ନ ଶାସ୍ତ୍ର ମଧ୍ୟ ରହିଛି । ଯେଉଁଥିରେ ଆମେ ଦେଖୁଥିବା ସ୍ୱପ୍ନରେ ମିଳୁଥିବା ସଂକେତ ଏବଂ ଏହାର ପରିଣାମ ବିଷୟରେ କୁହାଯାଇଥାଏ । ଏଥିସହିତ କେଉଁ ସମୟରେ ଦେଖିଥିବା ସ୍ୱପ୍ନ ସତ ହୋଇଥାଏ ତାହା ବିଷୟରେ ମଧ୍ୟ କୁହାଯାଇଛି । ତେବେ ଏହି ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି ଯେ ଏପରି କିଛି ଶୁଭ ସ୍ୱପ୍ନ ରହିଛି ଯାହା ବିଷୟରେ କାହାକୁ କିଛି କହିବା ଉଚିତ୍ ନୁହେଁ । ନଚେତ୍ ଏହି ସ୍ୱପ୍ନର ର କିଛି ମୂଲ୍ୟ ରହି ନଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଶୁଭ ହୋଇଥାଏ ଏବଂ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତ ଏହା ବିଷୟରେ କାହାକୁ କୁହନ୍ତୁ ନାହିଁ ।

୧-ସୁନା କିମ୍ବା ରୂପାରେ ପରିପୂର୍ଣ୍ଣ କଳସ: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ରୂପାର ଗହଣା କୁମ୍ବା ରୂପା ଟଙ୍କାରେ ପରିପୂର୍ଣ୍ଣ କଳସ ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହି ସ୍ୱପ୍ନ ସୌଭାଗ୍ୟର ସଂକେତ ହୋଇଥାଏ । ଏତି ସହିତ ଏହି ସ୍ୱପ୍ନ ଜୀବନରେ ଥିବା ସବୁ ବାଧା ବିଘ୍ନ ଦୂର ହେବାର ସଂକେତ ଦେଇଥାଏ । ତେଣୁ ଆପଣ ଯଦି ଏପରି ସ୍ୱପ୍ନ ଦେଖନ୍ତି ତେବେ ଏହା ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ ।

୨-ମାଛସ୍ୱପ୍ନ: ଯଦି ଆପଣ ସ୍ୱପ୍ନରେ ମାଛ ପହଁରୁଥିବା କିମ୍ବା ଆପଣ ମାଛ ଧରୁଥିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସ୍ୱପ୍ନ ବହୁତ ଶୁଭ ହୋଇଥାଏ । ତେବେ ଏହି ସ୍ୱପ୍ନ ଅଚାନକ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ । ତେଣୁ ଏହି ଶୁଭ ସ୍ୱପ୍ନ ବିଷୟରେ ମଧଅୟ କାହାକୁ କୁହନ୍ତୁ ନାହିଁ ।

୩-ଧଳା ପଦ୍ମ କିମ୍ବା ଧଳା ନାଗ: ନାଗ ଗେବତାଙ୍କୁ ଧନର ରକ୍ଷକ କୁହାଯାଇଥାଏ । ଯଦି ସ୍ୱପ୍ନରେ ଧଳା ନାଗ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଖୁବ୍ ଶୀଘ୍ର ଦନବାନ ହେବାକୁ ଯାଉଛନ୍ତି । ଏତତ୍ ବ୍ୟତୀତ ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାଏ । ତେଣୁ ଆପଣ ସ୍ୱପ୍ନରେ ଯଦି ଧଳା ପଦ୍ମ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ତେବେ ଏହି ସ୍ୱପ୍ନ ବିଷୟରେ ବି କାହାକୁ କୁହନ୍ତୁ ନାହିଁ ।

୪-ଫୁଲ ବଗିଚା: ସ୍ୱପ୍ନରେ ଫୁଲ ବଗିଚା ଦେଖିବାର ଅର୍ଥ ହେଉଛି ଆପଣ ଜୀବନରେ ଅନେକ ଖୁସି ଓ ଶାନ୍ତି ଆସିବାକୁ ଯାଉଛି । ଏଥିସହିତ ଆପଣଙ୍କୁ କିଛି ଭଲ ଖବର ମଧ୍ୟ ମିଳିପାରେ । ତେବେ ଏହି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ ।

Get real time updates directly on you device, subscribe now.