fbpx

ଜାମ୍ମୁ କାଶ୍ମୀରରେ ବୁଡ଼ିଲା କଂଗ୍ରେସ ଡ଼ଙ୍ଗା , ଗୁଲାମଙ୍କ ପରେ ହାତ ଛାଡିଲେ ୬୪ କର୍ମୀ

ଜମ୍ମୁ-କାଶ୍ମୀର:କଂଗ୍ରେସ କୁ ଆଉ ଏକ ଝଟକା । ଦଳ ଛାଡ଼ୁଛନ୍ତି କଂଗ୍ରେସ କର୍ମୀ । ଜମ୍ମୁ-କାଶ୍ମୀର କଂଗ୍ରେସ କମିଟି ରେ ଲାଗିଛି କାହାର ନଜର । ଯାହା ପାଇଁ ମଙ୍ଗଳବାର ପୁଣି ଥରେ ଘଟିଛି ଅଘଟଣ । ଗୋଟିଏ କ୍ଷତ ଶୁଖି ନାହିଁ କିନ୍ତୁ ତା ଉପରେ ଆହୁରି ବହୁତ କ୍ଷତ କଂଗ୍ରେସ କୁ ସହିବାକୁ ପଡୁଛି । ଗୋଟିଏ ପଟେ ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡିବା ପରେ ଦଳ କ୍ଷତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ପଟେ ଦଳର ନେତାଙ୍କ ଇସ୍ତଫା ପ୍ରକ୍ରିୟା ଚାଲିଛି। ମଙ୍ଗଳବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ପୂର୍ବତନ ମନ୍ତ୍ରୀ ଅବଦୁଲ ମଜିଦ୍ ୱାନିଙ୍କ ସମେତ ୬୪ ନେତା କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି।

ମଙ୍ଗଳବାର ଦିନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ପୂର୍ବତନ ମନ୍ତ୍ରୀ ଅବଦୁଲ ମଜିଦ୍ ୱାନି, ପୂର୍ବତନ ବିଧାୟକ ବଲୱନ ସିଂ, ପୂର୍ବତନ ମନ୍ତ୍ରୀ ଡକ୍ଟର ମନୋହର ଲାଲ ଶର୍ମା, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ବିନୋଦ ମିଶ୍ର, ବିନୋଦ ଶର୍ମା, ନରିନ୍ଦର ଶର୍ମାଙ୍କ ସମେତ ୬୪ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଏହି ସମସ୍ତ ନେତା ଜାମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପରେ କଂଗ୍ରେସ ଛାଡି ଗୁଲାମ ନବୀ ଆଜାଦଙ୍କୁ ସମର୍ଥନ ଜଣାଇଛନ୍ତି। ଏହି ସମୟରେ ବଲୱାନ ସିଂ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଆମେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମିଳିତ ଇସ୍ତଫା ପତ୍ର ଦାଖଲ କରିଛୁ।

ଅନ୍ୟପକ୍ଷରେ ଜମ୍ମୁରେ ଶକ୍ତି ପ୍ରଦର୍ଶନ ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟାପାରର ଏଆଇସିସିର ଦାୟିତ୍ୱରେ ଥିବା ରଜନୀ ପାଟିଲଙ୍କ ସହ ନୂତନ ଭାବେ ନିଯୁକ୍ତ ରାଜ୍ୟ ସଭାପତି ବିକାଶ ରସୁଲ ମଙ୍ଗଳବାର ଦିନ ଜାମ୍ମୁରେ ପହଞ୍ଚିଛନ୍ତି। ଜାମ୍ମୁ ବିମାନବନ୍ଦରରୁ ପାର୍ଟି ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ରେ ଉଭୟ ନେତାଙ୍କୁ ସ୍ୱାଗତ କରି ଦଳର କ୍ଷତି ନିୟନ୍ତ୍ରଣ କରିବାକୁ ଯୋଜନା କରାଯାଇଛି ।

Get real time updates directly on you device, subscribe now.