fbpx

ମହିଳାଙ୍କୁ ସାବଧାନ୍ ! ବ୍ରା’ ନ ପିନ୍ଧିଲେ ଭୋଗିପାରନ୍ତି ଏହି ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଅନେକ ମହିଳା ଏପରି ଅଛନ୍ତି, ଯେଉଁମାନଙ୍କୁ ବ୍ରା ପିନ୍ଧିବାକୁ ବିଲକୁଲ ପସନ୍ଦ ନଥାଏ । ବ୍ରା ପିନ୍ଧିଲେ ଅନେକ ମହିଳାଙ୍କୁ ଅଣନିଃଶ୍ୱାସ ହେବା ପରି ଅନୁଭବ ହୋଇଥାଏ । ବ୍ରା ପିନ୍ଧିବାକୁ ନେଇ ମହିଳାମାନେ କୁହନ୍ତି କି, ତାଙ୍କୁ କିଏ ବାନ୍ଧିଲା ପରି ଅନୁଭବ ହୋଇଥାଏ । ବ୍ରାକୁ ନେଇ ଅଲଗା ଅଲଗା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିଜ ନିଜର ରାୟ ଦେଇଛନ୍ତି । ଅନେକଙ୍କ କହିବା ମୁତାବକ, ବ୍ରା’ ନି ପିନ୍ଧିଲେ ଶରୀର ପାଇଁ କୌଣସି କ୍ଷତି ନାହିଁ । କିନ୍ତୁ କିଛି ବିଶେଷଜ୍ଞଙ୍କ କହିବା ମୁତାବକ, ମହିଳାମାନଙ୍କୁ ବ୍ରା’ ପିନ୍ଧିବା ନିହାତି ଆବଶ୍ୟକ । ତେବେ ବ୍ରା’ ପିନ୍ଧିବା ମହିଳାଙ୍କର ବ୍ୟକ୍ତିଗତ ପସନ୍ଦ ହୋଇଥାଏ, କିନ୍ତୁ ଆସନ୍ତୁ ଜାଣିବା ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ’ଣ କୁହନ୍ତି…

ବ୍ରା’ର ଫାଇଦା ବିଷୟରେ ଜାଣିବା ପୂର୍ବରୁ ଆପଣଙ୍କୁ ବ୍ରେଷ୍ଟ ବିଷୟରେ ଜାଣିବା ଆବଶ୍ୟକ । ବ୍ରେଷ୍ଟ ଗ୍ଲାଣ୍ଡୁଲାର୍ ଟିସୁ ଏବଂ ଚର୍ବିରେ ଗଠିତ । ବ୍ରେଷ୍ଟକୁ ଫର୍ମ ରଖିବା ପାଇଁ ଲିଗାମେଣ୍ଟ୍ ରହିଛି, ଯାହାକୁ କପୁର୍ ଲିଗାମେଣ୍ଟ୍ କୁହାଯାଏ । ଏକ ନ୍ୟୁ ଜର୍ସିରେ ପ୍ଲାଷ୍ଟିକ୍ ସର୍ଜରୀରେ ବୋର୍ଡ-ସାର୍ଟିଫିକେଟ୍ ପ୍ଲାଷ୍ଟିକ୍ ସର୍ଜନ ଏମଡି ଆଲେକ୍ସସ୍ ପାର୍ସଲ୍ସ ଏହାକୁ କହିଛନ୍ତିି । ବ୍ରେଷ୍ଟର ଆକୃତି ଗ୍ଲାଣ୍ଡୁଲାର୍ ଟିସୁ ଏବଂ ଚର୍ବି ଉପରେ ନିର୍ଭର କରେ ।

ବ୍ରା ପିନ୍ଧିବା ବା ନପିନ୍ଧିବା ପ୍ରତ୍ୟେକ ମହିଳାଙ୍କର ବ୍ୟକ୍ତିଗତ ପସନ୍ଦ ହୋଇଥାଏ । କିନ୍ତୁ ଅନେକ ବିଶେଷଜ୍ଞମାନେ କହିଛନ୍ତି ଯେ, ବ୍ରା ନପିନ୍ଧିବା ଦ୍ୱାରା ମହିଳାଙ୍କ ବ୍ରେଷ୍ଟ ସାଇଜ୍ ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ଓ କ୍ଷତି ବିଷୟରେ…

– ଯଦି ଆପଣଙ୍କ ବ୍ରେଷ୍ଟ ସାଇଜ ବଡ଼ ଅଛି, ତେବେ ବ୍ରା ନପିନ୍ଧିବା ଯୋଗୁଁ ଆପଣଙ୍କ ବକେରେ ଯନ୍ତ୍ରଣା ହୋଇପାରେ । କାରଣ ବ୍ରେଷ୍ଟର ବଡ଼ ସାଇଝ ଓ ବେକ ଯନ୍ତ୍ରଣା ମଧ୍ୟରେ କିଛି ଲିଙ୍କ ଥିବା ଏକ ଷ୍ଟଡୀରେ ସାମ୍ନାକୁ ଆସିଛି । ଫଳରେ ଆପଣ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଠିକ୍ ସାଇଜର ବ୍ରା ପିନ୍ଧିବା ଉଚିତ୍ ।

– ଅନେକ ମହିଳାଙ୍କୁ ବ୍ରା ପିନ୍ଧିବାକୁ ବିଲକୁଲ ପସନ୍ଦ ନାହିଁ, କାରଣ ଏଥିରେ ସେ ଅସହଜ ଅନୁଭବ କରନ୍ତି । ସଠିକ୍ ଆକାରର ଏବଂ କପଡ଼ା ବ୍ରା ପିନ୍ଧିବା ଏହାର କାରଣ ହୋଇପାରେ । ଭୁଲ ବ୍ରା ଆପଣଙ୍କ ବ୍ରେଷ୍ଟକୁ ଯନ୍ତ୍ରଣା ଦେଇପାରେ । ଅନେକ ମହିଳା ଭୁଲ ସାଇଜର ବ୍ରା ପିନ୍ଧନ୍ତି । ଭୁଲ ସାଇଜର ବ୍ରା ପିନ୍ଧିବା ଦ୍ୱାରା ବ୍ରେଷ୍ଟରେ ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ, ସାଇଜ ଉପରେ ପ୍ରଭାବ ଓ ବ୍ରେଷ୍ଟ ମସଲ୍ସ ଉପରେ ଅନେକ ପ୍ରଭାବ ପଡ଼ିଥାଏ । ସେଥିପାଇଁ ଠିକ୍ ସାଇଜର ବ୍ରା ପିନ୍ଧିବା ଦ୍ୱାରା ଆପରଙ୍କୁ ହାଲୁକା ଅନୁଭବ ହୋଇଥାଏ ଓ କିଛି ପିନ୍ଧିଲା ପରି ମଧ୍ୟ ଲାଗିନଥାଏ ।

– ଅଦି ଆପଣଙ୍କ ବ୍ରେଷ୍ଟ ସାଇଜ୍ ବଡ଼ ଅଛି, ତେବେ ବ୍ରେଷ୍ଟର ଭାର ଆପଣଙ୍କ କାନ୍ଧ ଉପରେ ବ୍ରା ପଟିଗୁଡ଼ିକର ଦାଗ କରିଥାଏ । ଏହି ଦାଗ ଯୋଗୁଁ ଆପଣଙ୍କ କାନ୍ଧରେ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ବ୍ୟାକ୍ ଓ ବ୍ରେଷ୍ଟରେ ବ୍ଲଡ ସର୍କୁଲେସନ ଠିକରେ ହୋଇନଥାଏ । ଏଥିପାଇଁ ବ୍ରେଷ୍ଟରେ ଠିକ୍ ଭାବରେ ବ୍ଲଡ ସର୍କୁଲେସନ ପାଇଁ ରାତି ସମୟରେ ବ୍ରା ନପିନ୍ଧିବାକୁ ବିଶେଷଜ୍ଞମାନେ କହିଛନ୍ତି ।

– ବ୍ରା ଯୋଗୁଁ ବ୍ରେଷ୍ଟକୁ ସପୋର୍ଟ ମିଳିଥାଏ । ବ୍ରେଷ୍ଟକୁ ଝୁଲିବାକୁ ଦେଇନଥାଏ ବ୍ରା । ଏନଲ୍ସ ଅଫ୍ ପ୍ଲାଷ୍ଟି ସର୍ଜରୀରେ ହୋଇଥିବା ଏକ ଷ୍ଟଡୀରେ କୁହାଯାଇଛି କି, ବୟସ, ହାଇ ବିଏମଆଇ, ଗର୍ଭବତୀ ଓ ସ୍ମୋକିଂ କାରଣରୁ ବ୍ରେଷ୍ଟ ଝୁଲିବାକୁ ଲାଗିଥାଏ ।

ବ୍ରେଷ୍ଟ କ୍ୟାନ୍ସର:
ଆମେରିକାନ କ୍ୟାନ୍ସର ସୋସାଇଟି ଅନୁସାରେ, ଇଣ୍ଟନନେଟରେ ଅନେଗ ଗୁଜବରେ କୁହାଯାଉଛି କି, ବ୍ରା ପିନ୍ଧିବାରୁ ବ୍ରେଷ୍ଟ କ୍ୟାନ୍ସର ବଢ଼ୁଛି । କିନ୍ତୁ ଏହା ବିଲକୁଲ ଠିକ ନୁହେଁ । ୨୦୧୫ରେ ହୋଇଥିବା ଷ୍ଟଡୀ ଅନୁସାରେ, ବ୍ରା ପିନ୍ଧିଲେ ବ୍ରେଷ୍ଟ କ୍ୟାନ୍ସରର ବିପଦ ହୋଇନଥାଏ ।

– ଯଦି ଆପଣ ବ୍ୟାୟାମ କିମ୍ବା ରନିଂ ପାଇଁ ଯାଉଥିବା ସମୟରେ ଅବଶ୍ୟ ବ୍ରା ପିନ୍ଧନ୍ତୁ । ବ୍ୟାୟାମ କରୁଥିବା ସମୟରେ ବ୍ରା ଆପଣଙ୍କ ବ୍ରେଷ୍ଟକୁ ପ୍ରୋଟେକ୍ଟ କରିଥାଏ ।

Get real time updates directly on you device, subscribe now.