fbpx

ଅଭିନେତ୍ରୀ ହେମାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ : ରେଭ୍ ପାର୍ଟୀରେ ଡ୍ରଗ୍ସ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରେଭ ପାର୍ଟି ମାମଲାରେ କ୍ରାଇମବ୍ରାଞ୍ଚ ସୋମବାର ତେଲୁଗୁ ଅଭିନେତ୍ରୀ ହେମାଙ୍କୁ ଗିରଫ କରିଛି । ଏହାପୂର୍ବରୁ ବେଙ୍ଗାଲୁରୁ ପୋଲିସର ସିସିବି ହେମାଙ୍କ ସମେତ ଆଠ ଜଣଙ୍କୁ ନୋଟିସ ପଠାଇଥିଲା । ହେମାଙ୍କୁ ପଚରାଉଚରା କରିବା ପରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା ।

ତେବେ ସହରର ବାହାରେ ଆୟୋଜିତ ଏକ ରେଭ୍ ପାର୍ଟୀରେ ଯୋଗ ଦେଇଥିବା ପ୍ରାୟ ୮୬ ଜଣଙ୍କ ରକ୍ତ ନମୁନାରେ ଏହି ଡ୍ରଗ୍ସ ନିଶ୍ଚିତ କରାଯାଇଥିଲା । ଏଥିରେ ଅଭିନେତ୍ରୀ ହେମା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା ।

ଏହି ରେଭ୍ ପାର୍ଟିକୁ ବେଙ୍ଗାଲୁରୁ ପୋଲିସର ଆଣ୍ଟି ନାର୍କୋଟିକ୍ସ ଡିଭିଜନ୍ ଦ୍ୱାରା ଚଢ଼ାଉ କରାଯାଇଥିଲା ଯେଉଁଥିରେ ଅନେକ ଲୋକ ସାମିଲ ହୋଇଥିଲେ । ପୋଲିସ ଦୁଇଜଣ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୭୩ ପୁରୁଷ ଏବଂ ୩୦ ମହିଳାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା । ସମସ୍ତଙ୍କ ରକ୍ତ ନମୁନା ନିଆଯାଇଥିଲା । ଏହି ରିପୋର୍ଟ ଆସିବା ପରେ ୫୯ ଜଣ ପୁରୁଷଙ୍କ ରକ୍ତ ନମୁନାରେ ଡ୍ରଗ୍ସ ନିଶ୍ଚିତ ହୋଇଥିବାବେଳେ ୨୭ ଜଣ ମହିଳାଙ୍କ ରକ୍ତ ନମୁନାରେ ମଧ୍ୟ ଡ୍ରଗ୍ସ ନିଶ୍ଚିତ କରାଯାଇଥିଲା । ମୋଟ ଉପରେ ପାର୍ଟୀରେ ଉପସ୍ଥିତ ୧୦୩ ଜଣଙ୍କ ମଧ୍ୟରୁ ୮୬ ଜଣ ଡ୍ରଗ୍ସ ସେବନ କରିଥିଲେ ।

Get real time updates directly on you device, subscribe now.