“ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଟପିପାରେ ତାପମାତ୍ରା”, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା

ତାପମାତ୍ରକୁ ନେଇ ଆଲର୍ଟ କଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା

ଭୁବନେଶ୍ୱର: ତାତିକୁ ନେଇ ଆସିଲା ଅପଡେଟ। ପାଣିପାଗ ବିଭାଗରେ ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ ସୁଚନା ଜାରି କରିଛନ୍ତି। ରାଜ୍ୟରେ ୧୭ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ।

୪ ଦିନ ପର୍ଯ୍ୟନ୍ତ ହିଟୱେଭ୍ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟାରେ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ସୋନପୁରକୁ ୱାର୍ଣ୍ଣିଂ କରାଯାଇଛି।

ଦିନ ୨ଟା ସୁଦ୍ଧା ଏତିକି ତାପମାତ୍ରା: ଝାରସୁଗୁଡ଼ା ଓ ସମ୍ବଲପୁରର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି। ସେହିପରି ରାଉରକେଲା ୩୯, ହୀରାକୁଦ ୩୮.୮ ଡିଗ୍ରୀ। ଚାନ୍ଦବାଲି ଓ ଭୁବନେଶ୍ୱରରେ ୩୭.୪, କେନ୍ଦୁଝରରେ ୩୬.୬ ଡିଗ୍ରୀ ତାପମାତ୍ରାର ରେକର୍ଡ ଭାଙ୍ଗିଛି।

ଦିନ 11ଟାରେ ଥିଲା ଏତିକି ତାପମାତ୍ରା: ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଝାରସୁଗୁଡ଼ା ସହରର ତାପମାତ୍ରା ୩୬.୬ ଡିଗ୍ରୀ ରହିଛି । ତେବେ ଆକାଶରୁ ନିଆଁ ବର୍ଷା ହେଲା ଭଳି ମନେ ହେଉଛି ।

ଝାରସୁଗୁଡାରେ ତାପମାତ୍ରା 36 ଡିଗ୍ରୀ ପାର୍ କରିଥିବା ବେଳେ କେନ୍ଦୁଝରରେ ୩୬ ଡିଗ୍ରୀ, ସମ୍ବଲପୁରରେ ୩୫.୬ ଡିଗ୍ରୀ, ରାଉରକେଲା ଓ ବାଲେଶ୍ୱର ୩୫.୨ ରହିଥିବାବେଳେ ହୀରାକୁଦରେ ୩୫ ଡିଗ୍ରୀ ଏବଂ ଭୁବନେଶ୍ୱର ତାପମାତ୍ରା ୩୪.୬ ଡିଗ୍ରୀ ରହିଛି ।