ବଦଳିବ ପାଗ: ଆଜିଠୁ ରାଜ୍ୟରେ ବଢ଼ିବ ତାପମାତ୍ରା, ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି
ଆଜିଠୁ ଦିନର ତାପମାତ୍ରା ପୁଣିଥରେ 3ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ଭୁବନେଶ୍ବର: ଗତ 3 ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆଜିଠୁ ବଦଳିବ ପାଗର ମିଜାଜ । ବର୍ଷା ପରେ ଆଜି ସକାଳୁ ସକାଳୁ ପ୍ରଚଣ୍ଡ ଖରା ଦେଖାଯାଇଛି । ଆଜିଠୁ ଗରମ ସହିତ ଗୁଳୁଗୁଳି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
କାଳବୈଶାଖୀ ବର୍ଷା ଯୋଗୁଁ ପ୍ରଚଣ୍ଡ ଖରାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଥିଲା । ଆଜିଠୁ ଦିନର ତାପମାତ୍ରା ପୁଣିଥରେ 3ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ଆସନ୍ତା 3ଦିନରେ ତାପମାତ୍ରା କ୍ରମଶଃ 3ରୁ 5 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଦିନ ତାପମାତ୍ରା ଭଳି ରାତିର ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ । ରାତି ତାପମାତ୍ରା ମଧ୍ୟ 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
ଗତକାଲି ଭୁବନେଶ୍ବରେ ଖରା ହେଉଥିବା ବେଳେ ଅପରାହ୍ନରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଭୁବନେଶ୍ବର, କଟକ, ବଲାଙ୍ଗୀରରେ ବର୍ଷା ହୋଇଥିଲା । ତେବେ କିିଛି ଦିନର ଆଶ୍ବସ୍ତି ପରେ ଆଜି ପୁଣି ଖରାକୁ ନେଇ ଚିନ୍ତାରେ ରାଜ୍ୟବାସୀ ।