ଏମିତି ସଂସ୍କାରି ଚୋର କେବେ ଦେଖିନଥିବେ, ମୁଣ୍ଡରେ ତିଲକ, ହାତରେ ମନ୍ଦିର ହୁଣ୍ଡିର ଚୋରି ଟଙ୍କା

ସଂସ୍କାରି ବେଶରେ ଆସି,ମନ୍ଦିର ଦାନ ଟଙ୍କା ନେଇ ଚମ୍ପଟ ମାରିଲା ଚୋର।

ମଧ୍ୟପ୍ରଦେଶ: ଆପଣ କେବେ ସଂସ୍କାରି ଚୋର ଦେଖିଛନ୍ତି। ବୋଧହୁଏ କେବେ ଦେଖି ନ ଥିବେ। ହେଲେ ଏବେ ରାସ୍ତାରେ ବୁଲୁଛନ୍ତି ସଂସ୍କାରି ଚୋର। ଏହି କଥା ଟି ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ।

ମୁଣ୍ଡରେ ଚିତା ଚୈତନ୍ୟ। ବେଷ ପୋଷାକ ବି ବେଶ ଭଲ। ହେଲେ ମନରେ ଚୋରି କରିବାର ଇରାଦା। ଏଥିପାଇଁ ତ ମଥାରେ ତିଲକ, ତନ୍ଦନ ଲଗାଇ ସିଧା ମନ୍ଦିରରେ ପ୍ରବେଶ କଲେ। ଆଉ ତାଙ୍କୁ କେହି ସନ୍ଦେହ ବି କଲେ ନାହିଁ। ଶେଷରେ ମହାପ୍ରଭୁଙ୍କ ପାଦ ତଳେ ଥିବା ହୁଣ୍ଡିରୁ ଟଙ୍କା ଚୋରି କରି ଚାଲିଗଲେ।

ସଂସ୍କାରି ଚୋର:  ତେବେ ଏହି ସଂସ୍କାରି ଚୋରର ସଂସ୍କାର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୈହରର ଜଗନ୍ନାଥ ମନ୍ଦିରରେ।  ଚୋରି କରିବା ପୂର୍ବରୁ ଚୋରଟି ଭକ୍ତଙ୍କ ପରି ତିଳକ ଲଗାଇ ମନ୍ଦିରରେ ପହଞ୍ଚିଥିଲା।

ଆଉ ମନ୍ଦିର ପରିସରରେ ଯାଇ ମହାପ୍ରଭୁଙ୍କ ଆଗରେ ତଳେ ବସିଲା। ଯେପରି ଭଗବାନଙ୍କ ପ୍ରତି ତାର ଅଗାଢ଼ ଭକ୍ତି। ହେଲେ ମନରେ ଥିଲା ପାପ ଚିନ୍ତା। ଲକ୍ଷ୍ୟ ଥିଲା ମହାପ୍ରଭୁଙ୍କ ଦାନ ହୁଣ୍ଡି ଉପରେ। ଶେଷରେ ନିଜ ଇରାଦାରେ ସଫଳ ମଧ୍ୟ ହେଲା ଚୋର। ଆଉ ଦାନ ଟଙ୍କା ନେଇ ଚାଲିଗଲା।

ସଫେଇ କର୍ମଚାରୀଙ୍କ ପ୍ରତିକ୍ରିୟା:  ଚୋରି ହେବା ପରେ ମନ୍ଦିରର ମହିଳା ସଫେଇ କର୍ମଚାରୀ ଶାନ୍ତି ରଜକ କହିଛନ୍ତି ମନ୍ଦିରର ପୂଜାରୀ ବିଶ୍ରାମ ନେଉଥିବା ସମୟରେ ଚୋରି ଘଟିଥିଲା। ଚୋରଟି ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଏହି ଚୋରି କରିଥିଲା।

ମହିଳା କର୍ମଚାରୀ ଶାନ୍ତି ରଜକ କହିଛନ୍ତି ଯେ, ପ୍ରଥମେ ଚୋରଟି ସମ୍ପୂର୍ଣ୍ଣ ରୀତିନୀତି ସହିତ ମନ୍ଦିରକୁ ଆସିଥିଲା। କପାଳରେ ତିଳକ ଲଗାଇଲେ। ତା ପରେ ଭଗବାନଙ୍କ ଆଗରେ ବସିଲେ। ଆଉ ପରେ ଦାନ ଟଙ୍କା ନେଇ ଚମ୍ପଟ ମାରିଲେ।

ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରଟି ମୁଣ୍ଡ ନଇଁ ତିଳକ ଲଗାଉଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଲୋକମାନେ ଚୋର ଏବଂ ତା’ର ଚୋରି କରିବାର ଶୈଳୀ ବିଷୟରେ ଆଲୋଚନା କରୁଛନ୍ତି।