ଭୁଶୁଡ଼ିଲା ମନ୍ଦିରର ପାଚେରି, ଚାପିହୋଇ ୮ଜଣ ଶ୍ରଦ୍ଧାଳୁଙ୍କର ଚାଲିଗଲା ପ୍ରାଣ
ମନ୍ଦିରରେ ବଡ଼ ଅଘଟଣ, ପାଚେରି ଭୁଶୁଡ଼ି ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ବିଶାଖାପାଟଣା: ସକାଳୁ ସକାଳୁ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ବିଶାଖପାଟଣା ସୀମାଞ୍ଚଳମ ମନ୍ଦିରରେ ଏହି ବଡ଼ ଅଘଟଣ ଘଟିଛି। ଏହି ମନ୍ଦିରର ପାଚରି ଭୁଶୁଡ଼ିବାରୁ ୮ଜଣ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି।
ସୂଚନା ମୁତାବକ, ୧୦ରୁ ଅଧିକ ଜଣ ଏଥିରେ ଆହତ ହୋଇଛନ୍ତି। ଏମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ପାଚେରିଟି ପ୍ରବଳ ବର୍ଷା ଯୋଗୁଁ ଭୁଶୁଡି ପଡ଼ିଥିଲା।
ଚନ୍ଦନ ଯାତ୍ରା ଏହି ମନ୍ଦିରରେ ଚାଲିଥିଲା, ଏହି ସମୟରେ ପ୍ରବଳ ବର୍ଷା ହୋଇଥିଲା, ଫଳରେ ପାଚେରିଟି ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ ନିୟୋଜିତ ଥିଲେ।