Breaking: କାର୍ଯ୍ୟରୁ ଅନ୍ତର ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସାମୟିକ କର୍ମଚାରୀ କାର୍ଯ୍ୟରୁ ଅନ୍ତର ହେଲେ ପାଇବେ ୨.୫ ଲକ୍ଷ

ସାମୟିକ କର୍ମଚାରୀଙ୍କ କାର୍ଯ୍ୟାନ୍ତର ରାଶି ବଢ଼ିଲା ।

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଖୁସି ଖବର ଦେଇଛନ୍ତି । ବଢ଼ିଲା ସାମୟିକ କର୍ମଚାରୀଙ୍କ କାର୍ଯ୍ୟାନ୍ତର ରାଶି । କାର୍ଯ୍ୟରୁ ଅନ୍ତର ରାଶି ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ସାମୟିକ କର୍ମଚାରୀ କାର୍ଯ୍ୟରୁ ଅନ୍ତର ହେଲେ ୨.୫ ଲକ୍ଷ ଟଙ୍କା ପାଇବେ । ପୂର୍ବରୁ ସାମୟିକ କର୍ମଚାରୀ ପାଉଥିଲେ ଏକକାଳୀନ ୧ ଲକ୍ଷ ୫୦ ହଜାର  । ବର୍ତ୍ତମାନ ଏହି ରାଶିକୁ ବୃଦ୍ଧି କରିଛନ୍ତି ମୋହନ ଚରଣ ମାଝୀ ।

ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା ମିିଳିବ । ସେହିପରି ନିୟମିତ ପଦବୀକୁ ଯାଇ ଯଦି 5 ବର୍ଷ ପୂର୍ବରୁ ଅନ୍ତର ହେଲେ ସେମାନଙ୍କୁ ମଧ୍ୟ ଅଢେଇ ଲକ୍ଷ ଟଙ୍କା ମିଳିବ ।

ଅନ୍ୟପଟେ ନିୟମିତ ପଦବିରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ସେମାନଙ୍କୁ ଅନୁନ୍ୟ ଗ୍ରାଜୁଇଟି ଅଢେଇ ଲକ୍ଷ ମିଳିବ । ଗ୍ରାଚ୍ୟୁଇଟି ପରିମାଣ ପ୍ରତି ଦୁଇ ବର୍ଷରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ ।