fbpx

ଥରେ ବଟନ ଚିପିଲେ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିଯିବ: ପାଣି ଭିତରେ ଆରମ୍ଭ ହୋଇଥିବା ମେଟ୍ରୋ ଟ୍ରେନ ଦ୍ୱାରା ଜନତାଙ୍କୁ ମିଳିବ ୧୦ଟି ବଡ଼ ଫାଇଦା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକତାଠାରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଶୁଭାରମ୍ଭ କରିଛନ୍ତି । ହୁଗୁଳି ନଦୀ ତଳେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ଟନେଲ ଲମ୍ବିଥିବା ବେଳେ ଏହା ମାତ୍ର ୪୫ ସେକେଣ୍ଡରେ ୫୨୦ ମିଟର ଦୂରତାକୁ ପାର୍ କରିବ । ପୂର୍ବରୁ ଲଣ୍ଡନ ଓ ପ୍ୟାରିସରେ ପାଣି ଭିତରେ ମେଟ୍ରୋ ରୁଟ୍ ର୍ନିମାଣ କରାଯାଇଥିବା ବେଳେ ଭାରତର ଏହି ଷ୍ଟେସନ ଉଦଘାଟିତ ହେବା ପରେ ତାହା ବିଶ୍ୱର ସବୁଠାରୁ ମହଙ୍ଗା ମେଟ୍ରୋ ଷ୍ଟେସନର ମାନ୍ୟତା ଲାଭ କରିଛି ।

ଏହି ମେଟ୍ରୋ ପ୍ରୋଜେକ୍ଟର ୧୦ଟି ବଡ଼ ଖାସିୟତ:

୧- ହାୱଡ଼ା ଷ୍ଟେସନ ଦେଶର ସବୁଠାରୁ ଗଭୀର ଷ୍ଟେସନ ହୋଇଥିବା ବେଳେ ଏଣିକି ସେଠାରେ ପାଣି ଭିତରେ ଟ୍ରେନ୍ ଦୌଡ଼ିବ ।

୨- ହାୱଡ଼ା ମୈଦାନ-ଏସପ୍ଲେନେଡ ସେକ୍ସନ ହୁଗୁଳୀ ନଦୀ ମଧ୍ୟରେ ନିର୍ମାଣ ହୋଛି । ହାୱଡ଼ା ଓ ସଲ୍ଟ ଲେକ ସହର ହୁଗୁଳୀ ନଦୀର ପୂର୍ବ ଓ ପଶ୍ଚିମ ଉପକୂଳରେ ଅବସ୍ଥିତ ।

୩- ଗତ ବର୍ଷ ଏପ୍ରିଲ ମାସରେ କୋଲକତା ମେଟ୍ରୋ ପକ୍ଷରୁ ଟ୍ରାଏଲ କରାଯାଇଥିଲା । ହୁଗୁଳୀ ନଦୀ ତଳେ ଟନେଲରେ ଟ୍ରେନ ଚଳାଚଳ କରି ଦେଶ ପ୍ରଥମ ଥର ପାଇଁ ଇତିହାସ ରଚିଥିଲା ।

୪- ଏହି ସଂଯୋଗ ୪.୮ କିମି ଲମ୍ବା ହୋଇଥିବା ବେଳେ ତାହା ହାୱଡ଼ା ମୈଦାନ ଓ ଏସପ୍ଲେନେଡକୁ ଯୋଡ଼ିବ ।

୫- ଏହି ମେଟ୍ରୋ କେବଳ ୪୫ ସେକେଣ୍ଡରେ ୫୨୦ ମିଟର ଦୂରତାକୁ ଅତିକ୍ରମ କରିବ ବୋଲି କୁହାଯାଉଛି ।

୬- ଏହି ମେଟ୍ରୋ ଅଟୋମେଟିକ ଟ୍ରେନ ଅପରେସନ (ଏଟିଓ) ସିଷ୍ଟମ ମାଧ୍ୟମରେ ଚାଲିବ । ଏହାର ଅର୍ଥ ହେଉଛି ମେଟ୍ରୋ ଚାଳକ ଗୋଟିଏ ବଟନ ଚିପିବା ପରେ ଟ୍ରେନ ମନକୁ ମନ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିଯିବ ।

୭- ଅଣ୍ଡର ୱାଟର ମେଟ୍ରୋରେ ଲୋକଙ୍କୁ ୫ଜି ଇଣ୍ଟରନେଟ ସୁବିଧା ମିଳିବ । ଏହି ଟନେଲକୁ ଗୋଟିଏ ବି ପାଣି ବୁନ୍ଦା ପ୍ରବେଶ କରିପାରିବ ନାହିଁ ।

୮- ପୂର୍ବ-ପଶ୍ଚିମ ମେଟ୍ରୋର ମୋଟ ୧୬.୬ କିମି ମଧ୍ୟରୁ ୧୦.୮କିମି କିମି ଭୂମି ତଳେ ରହିଛି । ଏହି ଅଂଶ ହୁଗୁଳି ନଦୀ ତଳେ ସୁଡ଼ଙ୍ଗରେ ରହିଥିବା ବେଳେ ଅନ୍ୟ ଅଂଶ ଭୂମି ଉପରେ ରହିଛି ।

୯- ଜୁନ ବା ଜୁଲାଇ ବେଳକୁ ସଲ୍ଟ ଲେକ ସେକ୍ଟର ଭି ଓ ହାୱଡ଼ା ମୈଦାନ ମଧ୍ୟରେ ପୂରା ଇଷ୍ଟ-ୱେଷ୍ଟ ରୁଟରେ ବାଣିଜ୍ୟିକ ପ୍ରକ୍ରିୟା ଆରମ୍ଭ କରିବାକୁ କୋଲକତା ମେଟ୍ରୋ ଲକ୍ଷ୍ୟ ରଖିଛି ।

୧୦- ୧୯୭୦ ଦଶକରେ କୋଲକତା ମେଟ୍ରୋ ଉପରେ କାମ ଆରମ୍ଭ ହୋଇଥିଲା । ମାତ୍ର ପ୍ରଧାନମନ୍ତୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ୪୦ ବର୍ଷ ଠାରୁ ଅଧିକ ପ୍ରଗତି କରିପାରିଛନ୍ତି । ଆସନ୍ତା ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

Get real time updates directly on you device, subscribe now.