fbpx

ପଥର ଖାଦାନରେ ବିସ୍ଫୋରଣ: ୧୦ ମୃତ

ଅମରାବତୀ, ୮ା୫: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । କଡ଼ପ୍ପା ଜିଲ୍ଲାର ଏକ ପଥର ଖାଦାନରେ ଏହି ଭୟଙ୍କର ଘଟଣା ଘଟିଛି । ଏହି ବିସ୍ପୋରଣରେ ମୃତ୍ୟୁବରଣ କରିଥିବା ମୃତକମାନେ ଶ୍ରମିକ ବୋଲି ଜଣାପଡ଼ିଛି । ତଥାପି ଆଉ କିଛି ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପଥର ଫଟାଇବା ପାଇଁ ବ୍ୟବହୃତ ବିସ୍ଫୋରକ ଯୋଗୁଁ ଏହି ବିସ୍ଫୋରଣ ସଂଘଟିତ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.