fbpx

କରୋନାରେ ୧୦ ମାଓବାଦୀ ମୃତ

ରାୟପୁର, ୧୧ା୫: କରୋନାରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ତେବେ ମାଓବାଦୀମାନେ ଏଥିରୁ ବର୍ତ୍ତି ପାରି ନାହାନ୍ତି । କରୋନାରେ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଛତିଶଗଡ଼ର ଦାନ୍ତେୱାଡ଼ା ଏସପି ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମାଓବାଦୀଙ୍କ ଆକ୍ରମଣରେ ବହୁଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.