fbpx

ଲକଡାଉନ୍: ଆସନ୍ତୁ ଜାଣିବା କେଉଁଠି ମଦ ଦୋକାନ ବନ୍ଦ ଆଉ କେଉଁଠି ଖୋଲା

ନୂଆଦିଲ୍ଲୀ, ୧୧ା୫: କରୋନାର ଦ୍ୱିତୀୟ ଲହରରେ ଦେଶରେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । ଗତବର୍ଷ ଲକଡାଉନ ସମୟରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିଥିଲା । ମଦରୁ ସର୍ବାଧିକ ଟିକସ ମିଳୁଥିବାରୁ ବିଭିନ୍ନ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ମାତ୍ର ଚଳିତ ବର୍ଷ କଟକଣା ଲାଗୁ କରିବା କ୍ଷମତା ପ୍ରତ୍ୟେକ ରାଜ୍ୟକୁ ପ୍ରଦାନ କରାଯାଇଥିବାରୁ ପ୍ରତ୍ୟେକ ରାଜ୍ୟ ନିଜେ ନିଜେ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ତେବେ ଏହା ମଧ୍ୟରେ ଅନେକ ରାଜ୍ୟରେ ମଦ ଦୋକାନ ଖୋଲା ରହିଥିବା ବେଳେ ଅନେକ ରାଜ୍ୟରେ ବନ୍ଦ ରହିଛି ।

ଉତ୍ତରାଖଣ୍ଡରେ ମେ ୧୧ ତାରିଖ ପର୍ଯ୍ୟନ୍ତ ଜାରି କଟକଣା ମଧ୍ୟରେ ମଦ ଦୋକାନ ବନ୍ଦ ରହଛି । ଛତିଶଗଡ଼ରେ ମଧ୍ୟ କଟକଣା ଲାଗୁ ହୋଇଥିବାରୁ ମଦ ଦୋକାନ ବନ୍ଦ ରହିଛି । ମାତ୍ର ସରକାର ମଦର ହୋମ ଡେଲିଭରି ନେଇ ବିଚାର କରୁଥିବା ଜଣାଯାଇଛି । ତାମିଲନାଡ଼ୁରେ ନୂଆ ସରକାର ଆସିବା ପରେ ପ୍ରଥମେ ଲକଡାଉନ ଘୋଷଣା କରିବା ସହ ମଦ ଦୋକାନ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ଲାଗୁ ହୋଇଥିବା ଲକଡାଉନରେ ମଦ ଦୋକାନ ବନ୍ଦ ରହିଛି । ହରିୟାଣା ସରକାର ଲକଡାଉନରେ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଉତ୍ତରପ୍ରଦେଶରେ ପୂର୍ବରୁ ମଦ ଦୋକାନ ବନ୍ଦ ରହିଥିଲା । ମାତ୍ର ଆଜିଠାରୁ ନୋଇଡ଼ା ଓ ଗାଜିଆବାଦରେ ମଦ ବିକ୍ରି ଆରମ୍ଭ ହୋଇଛି । ଆସନ୍ତାକାଲିଠାରୁ ଅନ୍ୟ ଜିଲ୍ଲାମାନଙ୍କରେ ବିକ୍ରି ଆରମ୍ଭ ହେବ । କର୍ଣ୍ଣାଟକରେ କଟକଣା ମଧ୍ୟରେ ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିଛି । ପଞ୍ଜାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମିନି ଲକଡାଉନ ଜାରି ରହିଥିବାରୁ ଏହି ସମୟରେ ଜରୁରୀ ସାମଗ୍ରୀ ମଦ ବିକ୍ରିକୁ ଅନୁମତି ଦିଆଯାଇଛି । ରାଜସ୍ଥାନରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ କୁହାଯାଇଛି । ମହାରାଷ୍ଟ୍ରରେ କମ୍ ସଂକ୍ରମଣ ଅଞ୍ଚଳରେ ମଦ ଦୋକାନ ଖୋଲିଛି । ଆସନ୍ତା ୧୫ ତାରିଖରେ ରାଜ୍ୟରେ ମଦର ହୋମ ଡେଲିଭରି ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.