fbpx

ଗୁଜୁରାଟରେ ବ୍ଲାକ୍ ଫଙ୍ଗସ୍ ମେଲାଇଛି କାୟା, ୧୦୦ରୁ ଅଧିକ ରୋଗୀ ଚିହ୍ନଟ

ଅହମ୍ମଦାବାଦ, ୧୧/୦୫ (ଓଡିଶା ଭାସ୍କର) : କୋଭିଡ୍ ଭାଇରସ୍ ର ଏବେ ନୁତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଯାହା ଏବେ ଚିନ୍ତାର କାରଣ ପାଲିଟିଛି । ଏପରିକି ସୁସ୍ଥ ହେବାରେ ମଧ୍ୟ ପିଛା ଛାଡୁନି ଏହି ମାରାତ୍ମକ ଭାଇରସ୍ । ଏହି ପରିପ୍ରେକ୍ଷୀରେ କିଛି ଦିନ ହେବ ରାଜ୍ୟରେ ଆଉ ନୁତନ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ବିଭିନ୍ନ ରାଜ୍ୟରେ ଏହା ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବା ବେଳେ ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍ ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ସେମାନଙ୍କର ଚିକିତ୍ସା ପାଇଁ ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି । ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି ୫ହଜାର ଆଣିବାକୁ ସରକାର ୩.୧୨ କୋଟି ଟଙ୍କା ଦେବେ ବୋଲି ସୂଚନା ମିଳିଛି । ଏହା ଫଙ୍ଗାଲ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯିବ ।

ସୂଚନାଯୋଗ୍ୟ, ବ୍ଲାକ୍ ଫଙ୍ଗସ ବିଶେଷ କରି କୋଭିଡ୍ ରୋଗୀଙ୍କ ଠାରେ ଦେଖାଯାଏ । ଯେଉଁ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ସେହି ମାନଙ୍କୁ ଏହା ଶୀଘ୍ର ପ୍ରଭାବିତ କରିଥାଏ । ଏଥିସହିତ ଯେଉଁମାନଙ୍କ ଶରୀରରେ ମଧୁମେହ ନିୟନ୍ତ୍ରଣ ସ୍ଥିତିରେ ନାହିଁ, ସେମାନଙ୍କ ଠାରେ ଏହି ସଂକ୍ରମଣ ଆଶଙ୍କା ବୃଦ୍ଧିପାଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଶନିବାର ଘୋଷଣା କରିଛନ୍ତି ଯେ ଏଭଳି ସଂକ୍ରମଣ ଅଧିକ ଦେଖାଯାଉଥିବା ଅହମ୍ମଦାବାଦ, ବଡୋଦରା, ସୁରଟ, ରାଜକୋଟ, ଭାବନଗର, ଜାମନଗରସ୍ଥିତ ସମସ୍ତ ସରକାରୀ ସିଭିଲ ଡାକ୍ତରଖାନାରେ ଏହିଭଳି ରୋଗୀଙ୍କର ଚିକିତ୍ସା ପାଇଁ ପୃଥକ ୱାର୍ଡ ସ୍ଥାପନ କରାଯିବ । ଇତିମଧ୍ୟରେ ରାଜ୍ୟରେ ୧୦୦ରୁ ଅଧିକ ବ୍ଲକ ଫଙ୍ଗସ ବା ମ୍ୟୁକୋମାୟିକୋସିସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସଂପ୍ରତି ଅହମ୍ମଦାବାଦର ଜାଇଡସ୍ ହସ୍ପିଟାଲରେ କେବଳ ଏହିଭଳି ୪୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.