fbpx

ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ୧୫ ଗୁରୁତର

ଗୁଜୁରାଟ,୧୮ ।୧୧: ଗୁଜୁରାଟର ଭଦୋଦରାସ୍ଥିତ ୱାଘୋଡିଆ ହାଇୱେ କ୍ରସିଂରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ମୁଖ୍ୟମନ୍ତ୍ରୀ ଆହତ ହୋଇଥିବା ବ୍ୟକ୍ତିଙ୍କ ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଛନ୍ତି।

Get real time updates directly on you device, subscribe now.