fbpx

ରୋହିତ ଶର୍ମାଙ୍କ ପାଇଁ ବଢୁଛି ଚିନ୍ତା: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବାଦ ପଡିଲେ ଦଳର ଦୁଇ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତକୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଦଳର ଗୋଟିଏ ପରେ ଗୋଟିଏ ଷ୍ଟାର ଖେଳାଳିଙ୍କୁ ହରାଇ ଚାଲିଛି ମେନ ଇନ ବ୍ଲୁ । ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ମାଂସପେଶୀ ଜନିତ ଆଘାତ ସମସ୍ୟା ଯୋଗୁଁ ବିଶ୍ରାମ ନେଇଛନ୍ତି ଦୀପକ ଚହର । ସେପଟେ ଆଉ ଜଣେ ଷ୍ଟାର ଖେଳାଳି ମଧ୍ୟ ଏବେ ସିରିଜରୁ ବାଦ ପଡିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜକୁ ପ୍ରମାଣ କରିଥିବା ସୂର୍ଯ୍ୟକୁମାର ଯାଦବ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ଏହାପରେ ଚିନ୍ତାରେ ପଡି ଯାଇଛନ୍ତି ଅଧିନାୟକ ରୋହିତ ଶର୍ମା ।

ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇଥିବା ବେଳେ ଏବେ ସୂର୍ଯ୍ୟକୁମାରଙ୍କ ଆଘାତ ଦଳକୁ ଚିନ୍ତାରେ ପକାଇ ଦେଇଛି । ସୂର୍ଯ୍ୟକୁମାରଙ୍କ ବିନା ଦଳ ଏବେ ମଧ୍ୟକ୍ରମରେ ସାମାନ୍ୟ ଦୁର୍ବଳ ନଜର ଆସିଛି । ଏହି ସମୟରେ ଦଳର ସମସ୍ତ ଦାୟିତ୍ୱ ଶ୍ରେୟସ ଅୟର ଏବଂ ଇଶାନ କିଶାନଙ୍କ ଉପରେ ରହିବ । ଏହି ସିରିଜରେ ରୋହିତ ଋତୁରାଜ ଗାଏକ୍ୱାଡଙ୍କ ସହ ପାଳି ଆରମ୍ଭ କରି ଇଶାନ କିଶାନଙ୍କୁ ମଧ୍ୟକ୍ରମରେ ଖେଳାଇ ପାରନ୍ତି । ତାଭ୍କ ବ୍ୟତୀତ ଶ୍ରେୟସ ଅୟର ଏବଂ ଭେଙ୍କଟେଶ ଅୟର ଦଳର ସନ୍ତୁଳନ ରକ୍ଷା କରିବା ଦାୟିତ୍ୱ ମୁଣ୍ଡକୁ ନେବେ । ତେବେ ଦୀପକ ହୁଡ୍ଡା ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରୁ ଜଣେ ଏହି ମ୍ୟାଚରେ ଖେଳିବାର ସୁଯୋଗ ପାଇ ପାରନ୍ତି । ତେବେ ଉଭୟଙ୍କ ପାଖରେ ନିଜକୁ ପ୍ରମାଣ କରିବାର ସୁବର୍ଣ୍ଣ ସୁଯୋଗ ରହିବ ।

ସେପଟେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଦଳକୁ କମବ୍ୟାକ କରୁଛନ୍ତି । ତେଣୁ ଚହରଙ୍କ ଅନୁପସ୍ଥିତିରେ ବୁମରାହ, ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଦଳର ମୁଖ୍ୟ ବୋଲର ଭୂମିକା ତୁଲାଇ ପାରନ୍ତି ।

ଭାରତର ସମ୍ଭାବ୍ୟ ଦଳ:
ରୋହିତ ଶର୍ମା(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ(ୱିକେଟ କିପର), ଶ୍ରେୟସ ଅୟର, ଦୀପକ ହୁଡ୍ଡା/ ସଞ୍ଜୁ ସାମସନ, ଭେଙ୍କଟେଶ ଅୟର, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ:
ଦାସୁନ ଶନାକା(ଅଧିନାୟକ), ପାଥୁମ ନିସାନକା, ଦାନୁଷ୍କା ଗୁଣତିଲକା, କୁସଲ ମେଣ୍ଡିସ, ଚରିତ ଅସଲଙ୍କା, ଦିନେଶ ଚାନ୍ଦିମାଲ(ୱିକେଟ କିପର), ଚମିକା କରୁଣାରତ୍ନେ, ଦୁଷ୍ମନ୍ତା ଚମୀରା, ମହେଶ ଥିକରାନା, ଜେଫରୀ, ୱେଣ୍ଡରସ ଏବଂ ଲାହିରୁ କୁମାରା

Get real time updates directly on you device, subscribe now.