fbpx

ଚାଇନାରେ ଭୟଙ୍କର ଦୁର୍ଘଟଣା; ହଠାତ୍ ଭୁଶୁଡ଼ିଲା ରାସ୍ତା, ପୋତି ହୋଇଗଲା ଅନେକ ଗାଡ଼ି, ଚାପିହୋଇ ୧୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ଦୁର୍ଘଟଣା, ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା। ପୋତି ହୋଇଗଲା ଗାଡ଼ି, ୧୯ ମୃତ । ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ବୁଧବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା ଅଂଶ ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣା ପରେ ପ୍ରାୟ ୧୮ଟି ଗାଡ଼ି ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତ୍ୟୁ ଘଟିଛି । ପୁଲିସ ସୂଚନା ଅନୁଯାୟୀ, ମେଇଜୁ ସହର ରୁ ଡାବୁ କାଉଣ୍ଟି ମଧ୍ୟରେ ଥିବା ଏସ୍ ୧୨ ରାଜପଥର ପ୍ରାୟ ୧୭.୯ ମିଟର ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା ।

ରାତି ପ୍ରାୟ ୨ଟା ୧୦ ରେ ଏହି ଘଟଣା ଘଟିଛି। ସ୍ଥାନୀୟ ଗଣମାଧ୍ୟମ ୧୯ ଜଣଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛି । ସେହିପରି ୩୦ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘଟଣାର ଭିଡିଓରେ ଦେଖିବାକୁ ମିଳୁଛି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଗାଡିରୁ ଧୂଆଁ ବାହାରୁଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୫୦୦ ଲୋକ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡ଼ିନାହିଁ ।

Get real time updates directly on you device, subscribe now.