ବାତ୍ୟାର ଭୟଙ୍କର ପରିଣାମ: ଭିତରକନିକାକୁ ମାଡ଼ିଗଲା ସମୁଦ୍ର ଜୁଆର, ଶୁଭୁଛି ଗର୍ଜନ

କେନ୍ଦ୍ରାପଡ଼ା: ଆଜି ବାତ୍ୟା ‘ଦାନା’ ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁଛି । ସ୍ଥଳଭାଗ ଛୁଇଁବା ପରେ ସାରା ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରଚଣ୍ଡ ପବନ ବହିବା ଆରମ୍ଭ ହୋଇଯାଇଛି । ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିଥିବା ସୂଚନା ମିଳିଛି । ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆସନ୍ତାକାଲି ସକାଳ ୫ଟା ପର‌୍ୟ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି । ଭିତରକନିକା ଧାମରା ମଧ୍ୟରେ ଦାନା ସ୍ଥଳଭାଗ ଛୁଇଁଛି ବାତ୍ୟା ‘ଦାନା’ । ଏହି ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ‘ଦାନା’ ପ୍ରଭାବରେ ସମୁଦ୍ର ଭୟଙ୍କର ଗର୍ଜନ କରି ଜନବସତି ଆଡ଼କୁ ମାଡ଼ିଆସିଛି ।

ଭିତରକନିକାରେ କୂଳ ଲଙ୍ଗିଛି ସମୁଦ୍ରର ଲୁଣିପାଣି ।ପ୍ରବଳ ବର୍ଷା ସାଙ୍‌ଗକୁ ଉଚ୍ଚ ଜୁଆରକୁ ରୋକିବାରେ ଅସମର୍ଥ ହୋଇଛି ସମୁଦ୍ର ମୁହାଣ । ଫଳରେ ବାତ୍ୟା ନିଜ ସୀମା ଅତିକ୍ରମ କରି ଭିତରକନିକା ଭିତରକୁ ପ୍ରବେଶ କରିଛି । ପ୍ରବଳ ପବନ ବହିବା ସାଙ୍ଗକୁ ବର୍ଷା ପରେ ସମୁଦ୍ର ନିଜ କରାଳ ରୂପ ଦେଖାଇଛି । ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ପବନ ବହୁଥିବା ବେଳେ ର୍ବୋ ମଧ୍ୟ ଲାଗି ରହିଛି । ତେବେ ଏହି ପବନର ପ୍ରଭାବରେ ଭିତରକନିକାରେ ବଡ଼ ବଡ଼ ଜୁଆର ଉଠିଛି । ପ୍ରାୟ ୧ ମିଟର ଉଚ୍ଚ ଜୁଆର ଉଠି ସମୁଦ୍ର ପାଣି ଭିତରକନିକା ଅଞ୍ଚଳ ଭିତରକୁ ମାଡ଼ି ଯାଇଛି । ଫଳରେ ଲୁଣିପାଣି ଘେରରେ ରହିଛି ଭିତରକନିକା ଉପକୂଳ ।

ଲ୍ୟାଣ୍ଡଫଲ ସହିତ ଉପକୂଳ ଅଞ୍ଚଳରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଛି । ପୂର୍ବରୁ ଧାମରା ଓ ଭିତରକନିକା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଥିଲା । ବାତ୍ୟା ସ୍ଥଳଭାଗ ଛୁଇଁବା ସହିତ ଓଡିଶାରେ ଆରମ୍ଭ ହୋଇଯାଇଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସମୁଦ୍ରରୁ ଆସି ଭୀଷଣ ବାତ୍ୟାର ରୂପ ନେଇ ଦାନା ସ୍ଥଳଭାଗ ଛୁଇଁଛି । ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରି ସ୍ଥଳଭାବ ଆଡକୁ ଆସିଥିବା ଦାନା ଲ୍ୟାଣ୍ଡଫଲ୍ କରିବାର ଠିକ୍ ପୂର୍ବରୁ ଦେଖାଇଛି ତାର ଭୟଙ୍କର ପ୍ରକୋପ । ତେବେ ଏହି ବାତ୍ୟ ସ୍ଥଳଭାଗ ଛୁଇଁବା ପରେ ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳିଛି କିଛି ଭୟଙ୍କର ଶବ୍ଦ । ବାତ୍ୟାର ପ୍ରଚଣ୍ଡ ରୂପ ସାଙ୍ଗକୁ ଭୟଙ୍କର ଶବ୍ଦ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।