fbpx

ଭୟଙ୍କର ଅଘଟଣ! ପୃଥିବୀ ସହ ଧକ୍କା ହେବ ବିଶାଳ ସୌରଝଡ଼: ସାରା ବିଶ୍ୱ ହୋଇଯିବ ଅନ୍ଧକାର…

ଓଡ଼ିଶା ଭାସ୍କର: ସୂର୍ଯ୍ୟଙ୍କ ନିକଟରୁ ଏକ ତରଙ୍ଗ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଦୁଇ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ଭୂ-ଚୁମ୍ବକୀୟ ତୋଫାନ (ସୌରଝଡ଼) ପୃଥିବୀ ସହ ଧକ୍କା ହେବାକୁ ଯାଉଛି । ଏହାର ପ୍ରଭାବ ପୃଥିବୀର ବଡ଼ ବଡ଼ ଦେଶ ଉପରେ ପରିଲକ୍ଷିତ ହେବା ନେଇ ଆଶଙ୍କା କରାଯାଉଛି । ଏ ନେଇ ଚେତାବନୀ ଜାରି କରିଛି ଆମେରିକାର ବେଜ୍ଞାନିକ ଏଜେନ୍ସି National Oceanic and Atmospheric Administration(NOAA) । ଏହାଦ୍ୱାରା ସାଟେଲାଇଟ ପାଇଁ ଖୁବ ଚାଲେଞ୍ଜ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହାବ୍ୟତୀତ ପାୱାର ଗ୍ରିଡ ଫେଲ ହେବା ସହିତ ସଞ୍ଚାର ନେଟୱାର୍କ ଏବଂ ଇଲେକ୍ଟ୍ରୋନିକ ଉପକରଣ ପାଇଁ ମଧ୍ୟ ଏହା ବିପଦ ସାଜିପାରେ ।

ଆମେରିକା ଏଜେନ୍ସି ତରଫରୁ କୁହାଯାଉଛି ଯେ, ଚଳିତ ସପ୍ତାହର ଶେଷରେେ ଏହି ସୌରଝଡ଼ ପୃଥିବୀ ସହ ଧକ୍କା ହେବ । ୨୦୦୫ ମସିହା ପରେ ଏହା ପ୍ରଥମ ସୌରଝଡ଼ ବୋଲି କହିଛି ଏଜେନ୍ସି । ଏହାଦ୍ୱାରା ସାରା ଦୁନିଆରେ ବ୍ଲାକଆଉଟ, ହାଇ-ଫ୍ରିକ୍ୱେନ୍ସି ରେଡିଓ-ୱେଭ ବିପଦ ମଧ୍ୟ ଦେଖାଦେଇପାରେ । ସେହିପରି ଟ୍ରାନ୍ସ ପୋଲାର ଅଞ୍ଚଳରେ ଉଡ଼ାଣ ଭରୁଥିବା ବିମାନଗୁଡ଼ିକୁ ନେଇ ମଧ୍ୟ ଆଲର୍ଟ ଜାରି ହୋଇଛି । ତେଣୁ ଏସବୁକୁ ରି-ରୁଟ କରାଯାଇପାରେ । ଏହି ସୌରଝଡ଼ ପ୍ରଭାବରେ ତସ୍ମନିୟାରୁ ବ୍ରିଟେନ୍ ପର୍ଯ୍ୟନ୍ତ ଆକାଶ ଆଲୋକମୟ ହେବାର ସମ୍ଭାବନା ରହିଛି । ସୌରଝଡ଼ ସହ ଧକ୍କା ହେବା ଫଳରେ ପୃଥିବୀର ମ୍ୟାଗ୍ନେଟିକ ଫିଲ୍ଡରେ ପରିବର୍ତ୍ତନ ଦେଖାଯାଏ ଏବଂ ଏହାର ପ୍ରଭାବ ଶକ୍ତି ସଞ୍ଚାଳକ ତଥା ନାଭିଗେସନ ସିଷ୍ଟମ ଉପରେ ମଧ୍ୟ ପଡ଼ିଥାଏ ।

ବୈଜ୍ଞାନିକଙ୍କ ଅନୁସାରେ, ସୌରଝଡ଼ ଯୋଗୁଁ ମ୍ୟାଗ୍ନେଟିକ ଫିଲ୍ଡରେ ପରିବର୍ତ୍ତନ ହୋଇଥାଏ । ଏହାଦ୍ୱାରା ପାୱାର ଲାଇନ୍ ରେ ଅତ୍ୟଧିକ ବିଦ୍ୟୁତ ଆସିପାରେ ଏବଂ ବ୍ଲାକଆଉଟ ଭଳିସମସ୍ୟାର ସମ୍ମୁଖୀନ ହୋଇପାରେ । ଏହାବ୍ୟତୀତ ଲମ୍ବା ପାଇପଲାଇନରେ ମଧ୍ୟ ବିଦ୍ୟୁତ ପରିବହାିତ ହୋଇପାରେ, ଯାହା ଫଳରେ ବିଭିନ୍ନ ମେସିନ ଖରାପ ହେବାର ଭୟକୁ ଏଡ଼ାଇ ଦିଆଯାଇ ନ ପାରେ । ସେହିପରି ଅନ୍ତରୀକ୍ଷ ଯାନ ନିଜ ଦିଗ ଭୁଲିବାର ଆଶଙ୍କା ରହିଛି, ତେଣୁ ନାସା ନିଜ ଅନ୍ତରୀକ୍ଷ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି ।

Get real time updates directly on you device, subscribe now.