fbpx
BSKY
BJD MC SKY
BJD MS SKY

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ

ଶ୍ରୀନଗର,୨୬ ।୧୧: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସୁରକ୍ଷାବଳଙ୍କ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । କୁହାଯାଉଛି ଯେ, ଶ୍ରୀନଗରର ଏଚଏମଟି ଅଞ୍ଚଳରେ ଆଜି ଅପରାହ୍ନ ସମୟରେ ସୁରକ୍ଷାବଳଙ୍କ ଉପରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ଏହି ସମୟରେ ୨ ଯବାନ ଗୁରୁତର ଆହତ ହୋଇଥିଲେ । ଫଳରେ ସେମାନଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ମିଳିଛି ଯେ, ଗୁରୁତର ଥିବା ୨ ଯବାନ ସହିଦ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷାବଳଙ୍କ ଦ୍ୱାରା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Get real time updates directly on you device, subscribe now.