fbpx

ଲାଲୁ ପ୍ରସାଦ ଯାଦବଙ୍କ ନାଁରେ FIR

ପାଟନା,୨୬ ।୧୧: ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ସମସ୍ୟା ଆହୁରି ବଢିବାରେ ଲାଗିଛି । ଜେଲରେ ବିଜେପି ବିଧାୟକ ଲଲନ ପାଶୱାନଙ୍କୁ ଫୋନ କରିବା ମାମଲାରେ ତାଙ୍କ ନାଁରେ ପାଟଣାରେ ଏଫଆଇଆର ରୁଜୁ ହୋଇଛି । ବିଧାୟକ ଲଲନ ପାଶୱାନ ହିଁ ଏହି ଏଫଆଇଆର ଦାଏର କରିଛନ୍ତି । ଲାଲୁଙ୍କ ନାଁରେ ଭ୍ରଷ୍ଟାଚାର ଓ ଲାଞ୍ଚ ନେବା ଅଭିଯୋଗ ହୋଇଛି । ଅନ୍ୟପଟେ ଲାଲୁଙ୍କୁ ରାଞ୍ଚିର ୧ କେଲି ବଙ୍ଗଳାରୁ ରିମ୍ସକୁ ସିପ୍ଟ କରାଯାଇଛି ।

Get real time updates directly on you device, subscribe now.