fbpx

କ୍ରିକେଟ ଖେଳ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ: ପୋଲିସ ଇନ୍ସପେକ୍ଟରଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: କ୍ରିକେଟ ଖେଳ ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କର ଜଣେ ପୋଲିସ ଇନ୍ସପେକ୍ଟର ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ସୁରକ୍ଷା ବାହିନୀ ଓ ପୋଲିସଙ୍କୁ ଆଲର୍ଟ କରିଯାଇଛି ।

ସୂଚନା ମୁତାବକ, ଜମ୍ମୁ କଶ୍ମୀରରୁ ଆସିଛି ଏପରି ଏକ ଖବର । ଇଦଗାହ ପଡ଼ିଆରେ କିଛି ପିଲାଙ୍କ ସହିତ ପୋଲିସ ଇନ୍ସପେକ୍ଟର ମସ୍ରୁର ଅଲୀ ବାନୀ କ୍ରିକେଟ ଖେଳୁଥିଲେ । ସେହି ସମୟରେ ଅଚାନକ ଆତଙ୍କବାଦୀମାନେ ସେଠାରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ । ଫଳରେ ପୋଲିସ ଇନ୍ସପେକ୍ଟରଙ୍କ ଶରୀରରେ ଗୁଳି ବାଜିଥିଲା ଓ ସେ ଗୁରୁତର ହୋଇଥିଲେ । ଏହାପରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଶ୍ରୀନଗର ଜିଲ୍ଲା ପୋଲିସ ଲାଇନରେ ପୋଲିସ ଇନ୍ସପେକ୍ଟର ବାନୀଙ୍କର ପୋଷ୍ଟିଂ ହୋଇଥିବା ସମୟରେ ସେ ରବିବାର ଦିନ ଘରକୁ ଆସିଥିଲେ । ଏହି ଅବସରରେ ପିଲାଙ୍କ ସହିତ କ୍ରିକେଟ ଖେଳୁଥିବା ସମୟରେ ଘଟିଥିଲା ଅଭାବନୀୟ ଘଟଣା । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଟିଆରଏଫ ନିଜକୁ ଦାୟୀ କରିଛି । ଆତଙ୍କବାଦୀମାନେ ପିସ୍ତଲ ବ୍ୟବହାର କରିଥିବା କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ସନ୍ଧାନ କରାଯାଇଥିଲା । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ଦାୟର କରାଯାଇ ଯାଞ୍ଚ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.