fbpx

POKରେ ମିଳିଲା ଆତଙ୍କବାଦୀର ମୁଣ୍ଡବିହୀନ ଶବ, ୨୦୧୮ରେ ଜାମ୍ମୁର ସେନା କ୍ୟାମ୍ପ ଉପରେ କରିଥିଲା ଆକ୍ରମଣ

ନୂଆଦିଲ୍ଲୀ:ପାକିସ୍ତାନ ଅଧିକୃତ କାଶ୍ମୀରରେ ପୁଣି ଜଣେ ମୋଷ୍ଟ ୱାଣ୍ଟେଡ୍ ଲସ୍କର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର ପାକିସ୍ତାନ ଅଧିକୃତ କାଶ୍ମୀରରେ ଖ୍ୱାଜା ଶାହିଦ ନାମକ ଜଣେ ଆତଙ୍କବାଦୀର ମୁଣ୍ଡ ବିହୀନ ଶବ ଜବତ କରାଯାଇଛି । ଖ୍ୱାଜା ଶାହିଦ ୨୦୧୮ରେ ଜାମ୍ମୁର ସେନା କ୍ୟାମ୍ପ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । କିଛିଦିନ ତଳେ ତାର ଅପହରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

ଆତଙ୍କବାଦୀ ଖ୍ୱାଜା ଶାହିଦ ଉପରେ ୨୦୧୮ରେ ଜାମ୍ମୁର ସୁଞ୍ଜୁବାନ ସ୍ଥିତ ଭାରତୀୟ ସେନା କ୍ୟାମ୍ପ ଉପରେ ଆକ୍ରମଣ ଯୋଜନା କରିଥିବାର ଅଭିଯୋଗ ଲାଗିଥିଲା । ଦୀର୍ଘଦିନ ଧରି ଖ୍ୱାଜା ଶାହିଦର ତଲାସରେ ଥିଲେ ସୁରକ୍ଷା କର୍ମୀ । ସେନା କ୍ୟାମ୍ପ ଉପରେ ଆକ୍ରମଣରେ ୬ ଜଣ ଯବାନ, ଜଣେ ସୈନ୍ୟ ଅଧିକାରୀ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ଭାରତୀୟ ସେନା ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।
ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଏବେ ଆତଙ୍କବାଦୀଙ୍କ ଖରାପ ସମୟ ଚାଲିଛି । ଗତ ୨୦ ମାସ ମଧ୍ୟରେ ସେଠାରେ ପ୍ରାୟ ୧୮ ଭାରତ ବିରୋଧୀ ଆତଙ୍କବାଦୀଙ୍କ ବିଭିନ୍ନ ଘଟଣାରେ ମୃତ୍ୟୁ ହୋଇସାରିଲାଣି ।

ମିିଳିଥିବା ସୂତ୍ରରୁ ଜଣାପଡିଛି କି ଜାମ୍ମୁରେ ସୁରକ୍ଷା ଏଜେନ୍ସୀଙ୍କୁ ଖବର ମିଳିଛି ଯେ, ଆତଙ୍କବାଦୀମାନେ ଏଠାରେ କୌଣସି ବଡ ଧରଣର ଆକ୍ରମଣ ଘଟାଇବାର ଯୋଜନାରେ ଅଛନ୍ତି । ଏବେ ସାରା ଦେଶରେ ପାର୍ବଣ ସମୟ ଚାଲିଥିବାରୁ ଏହି ସମୟରେ ଦେଶବିରୋଧୀ ଶକ୍ତିମାନେ ଦେଶରେ ବିଶୃଙ୍ଖଳା ଘଟାଇବାକୁ ସୁଯୋଗର ଅପେକ୍ଷାରେ ଥାଆନ୍ତି । ଜାମ୍ମୁର ସିଧରା ଅଞ୍ଚଳ ଜାମ୍ମୁ ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗରେ ସୁରକ୍ଷାକର୍ମୀ ଏକ ଟିଫିନରୁ ୨କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି ।

Get real time updates directly on you device, subscribe now.