fbpx

ଭାରତରେ ପୁଞ୍ଜିନିବେଶ କରିବ ଟେସ୍‌ଲା, ଯାହାକି କମ୍ପାନୀର ସର୍ବଶ୍ରେଷ୍ଠ ପୁଞ୍ଜୀ ନିବେଶ ହେବ

ନୂଆଦିଲ୍ଲୀ: ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆ ସିଇଓ ଓଦାର ପୁନାୱାଲା ଟୁଇଟ କରି କହିଛନ୍ତି,ଏଲନ ମସ୍କଙ୍କ ଟେସ୍‌ଲା ଇଲେକ୍‌ଟ୍ରିକ କମ୍ପାନୀ ନିର୍ମଣ ଲାଗି ଭାରତରେ ପୁଞ୍ଜୀ ନିବେଶ କରିବ ।

ଓଦାର ପୁନାୱାଲା କୁହନ୍ତି , ଏହା ହେବ କମ୍ପାନୀର ସର୍ବଶ୍ରେଷ୍ଠ ନିବେଶ ।  ଟୁଇଟ କରି ପୁନାୱାଲା କହିଛନ୍ତି, ଉଚ୍ଚଗୁଣବତ୍ତା ଇଲେକ୍‌ଟ୍ରିକ ଜିନିଷ ପ୍ରସ୍ତୁତ କରିବା ପାଇଁ ଭାରତରେ ପୁଞ୍ଜୀ ନିବେଶ କରାଯିବ, ଯାହାକି କମ୍ପାନୀର ସର୍ବଶ୍ରେଷ୍ଠ ପୁଞ୍ଜୀ ନିବେଶ ହେବ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଭାରତରେ ପୁଞ୍ଜୀ ନିବେଶ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ କମ୍ପାନୀ ଚୀନରୁ କୌଣସି ଜିନିଷ ଆମଦାନୀ କରିବ ନାହିଁ । ଆମଦାନୀ ଓ ରପ୍ତାନିସହିତ ଜିନିଷର ମୂଲ୍ୟ ମିଶି ଶତପ୍ରତି ଶତ ହେବ । ଉତ୍ତମ ଗୁଣବତ୍ତା ଜିନିଷ ଉତ୍ପାଦନ ସହିତ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ । ଯଦ୍ୱାରା ଦେଶର ବହୁ ବେକାର ରୋଜଗାରକ୍ଷମ ହୋଇପାରିବେ ।

Get real time updates directly on you device, subscribe now.