fbpx

ଆକାଉଣ୍ଟରେ ୪୫୬ ଟଙ୍କା ରଖିବାକୁ ବ୍ୟାଙ୍କ କାହିଁକି ଦେଉଛି ପରାମର୍ଶ? ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନାର ବାର୍ଷିକ ପ୍ରିମିୟମ ହାର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ୨ଟି ଯୋଜନା ସାଧାରଣ ଜନତାଙ୍କ କଲ୍ୟାଣ ସହ ସିଧସଳଖ ଜଡ଼ିତ ରହିଛି ଓ ବ୍ୟାଙ୍କ ଜରିଆରେ ଏହାକୁ ପରିଚାଳିତ କରାଯାଉଛି । ଏପରି ପରିସ୍ଥିତିିରେ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ବର୍ଦ୍ଧିତ ପ୍ରିମିୟମ ହାର ବିଷୟରେ ସୂଚନା ପଠାଇ ସର୍ବନିମ୍ନ ବାଲାନ୍ସ ସହିତ ୪୫୬ ଟଙ୍କା ଅଲଗା ରଖିବାକୁ ପରାମର୍ଶ ଦେଉଛି ।

ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଜ୍ୟୋତି ବିମା ଯୋଜନାରେ କୌଣସି କାରଣରୁ ବ୍ୟକ୍ତିର ମୃତ୍ୟୁ ହେଲେ ନୋମିନୀକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଏଥିରେ ୧୮ ରୁ ୫୦ ବର୍ଷର ଲୋକମାନେ ଆବେଦନ କରିପାରିବେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ବର୍ଷକୁ ୧୨ ଟଙ୍କା ପ୍ରିମିୟମ କଟୁଥିଲା, କିନ୍ତୁ ଏବେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ କାହାର ଦୁର୍ଘଟଣା ଜନିତ ମୃତ୍ୟୁ ବା ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ୨ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ରହିଛି । ଏହା ସହ ଆଂଶିକ ବିକଳାଙ୍ଗ ହେଲେ ୧ ଲକ୍ଷ ଟଙ୍କା ଦିଆଯିବ । ଯେଉଁମାନଙ୍କର ବୟସ ୧୮ ରୁ ୭୦ ବର୍ଷ, ସେମାନେ ଏହି ଯୋଜନାରେ ଆବେଦନ କରିବାକୁ ଯୋଗ୍ୟ ପାତ୍ର । ଏହି ଯୋଜନାର ବାର୍ଷିକ ପ୍ରିମିୟମ୍ ୩୩୦ ଟଙ୍କା ଥିଲା କିନ୍ତୁ ଏବେ ଏହାକୁ ୪୩୬ ଟଙ୍କାକୁ ବୃଦ୍ଧି କରାଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ଏହି ଶୁଳ୍କ ବୃଦ୍ଧି ହେତୁ ଉଭୟ କଲ୍ୟାଣକାରୀ ଯୋଜନାର ପ୍ରିମିୟମ ବର୍ତ୍ତମାନ ୩୪୨ ରୁ ୪୫୬ ଟଙ୍କାକୁ ବୃଦ୍ଧି ପାଇଛି । ଏହି ଯୋଜନାଗୁଡିକର ପ୍ରିମିୟମ୍ ପ୍ରତିବର୍ଷ ଜୁନ୍ ମାସରେ କଟାଯାଇଥାଏ । ସେଥିପାଇଁ ବର୍ତ୍ତମାନ ସମସ୍ତ ବ୍ୟାଙ୍କ ଏବଂ ଡାକଘର ସେମାନଙ୍କ ଆକାଉଣ୍ଟଧାରୀଙ୍କୁ ବାର୍ତ୍ତା ପଠାଇ ଆକାଉଣ୍ଟରେ ସର୍ବନିମ୍ନ ୫୦୦ ଟଙ୍କା ବ୍ୟତୀତ ୪୫୬ ଟଙ୍କା ଅଲଗା ରଖିବାକୁ କହୁଛନ୍ତି, ଯାହାଦ୍ୱାରା ଏହି ଯୋଜନାଗୁଡିକ ନବୀକରଣ ହୋଇପାରିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏହି ମେସେଜ ପଠାଯାଇଛି ।

Get real time updates directly on you device, subscribe now.