ଘରେ CCTV କ୍ୟାମେରା ଲଗାଇବା ପୂର୍ବରୁ ହେବ ଯାଞ୍ଚ, ବିଦେଶୀ ସାମଗ୍ରୀ ଦ୍ୱାରା ହେଉଛି ଗୋଇନ୍ଦାଗିରି

ଭୁବନେଶ୍ୱର: ଚୀନ ସିସିଟିଭି କ୍ୟାମେରା ବିକ୍ରି ଓ ବ୍ୟବହାର ଉପରେ ଲାଗିଲା ଅଙ୍କୁଶ । ବିକ୍ରି ପୂର୍ବରୁ ସରକାରୀ ଲ୍ୟାବରେ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି ।

ହାର୍ଡୱେର, ସଫ୍ଟୱେର, ସୋର୍ସ କୋଡ୍ ସରକାରୀ ଲ୍ୟାବରେ ଯାଞ୍ଚ ହେବ । ଗତ ଏପ୍ରିଲ ୯ ତାରିଖରେ ତିଆରି କିମ୍ବା ଆମଦାନୀ ସାମଗ୍ରୀ ପାଇଁ ଏହି ନିୟମ ଲାଗୁ କରାଯିବ ।

ସବୁ ସିସିଟିଭି ଡିଭାଇସ୍ ପାଇଁ କଟକଣା ଲାଗୁ ବୋଲି ସୂଚନା ଜାରି । ଚାଇନା ଏହି ସବୁ ଜିନିଷ ଦ୍ୱାରା ଗୁପ୍ତଚରଗିରି କରୁଥିବା ସନ୍ଦେହ କରାଯାଉଛି ।

ଚୀନ ପ୍ରସ୍ତୁତ ଶସ୍ତା ସିସିଟିଭି ବ୍ୟାପକତା ବିପଦର କାରଣ ହୋଇପାରେ ।