fbpx

TET ପରୀକ୍ଷା ତାଲିକାରେ ରାଜନେତାଙ୍କ ନାଁ, ମମତାଙ୍କୁ ୯୨ ମିଳିଥିବା ବେଳେ ଶାହାଙ୍କୁ ମିଳିଛି୯୩ ନମ୍ବର

Advertisement

ମମତାଙ୍କୁ ପଛରେ ପକାଇ ଶାହା ଏବେ ଆଗରେ । ପଶ୍ଚିମ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡ ଦ୍ୱାରା ଆୟୋଜିତ କରାଇଥିବା ଟିଇଟି ପରୀକ୍ଷାରେ କୃତିତ୍ୱ ହୋଇଥିବା ବ୍ୟକ୍ତିଙ୍କ ନାମ ଏବେ ସର୍ବ ସାମ୍ନାରେ । କିନ୍ତୁ ଏହି ତାଲିକାରରେ ଯେଉଁମାନଙ୍କର ନାମ ରହିଛି ତାହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ମେରିଟ ଲିଷ୍ଟରେ ମମତା ବାନାର୍ଜୀ,ଅମିତ ଶାହା,ଶୁଭେନ୍ଦୁ ଅଧିକାରୀ ସମେତ ଅନେକ ନେତା ମାନଙ୍କର ନାମ ସାମିଲ ଅଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାର ଯାଞ୍ଚ ପାଇଁ ଆଦେଶ ଦେଇଛି ବୋର୍ଡ । ଏହା ସହିତ ବୋର୍ଡର ଅଧ୍ୟକ୍ଷ ଗୌତମ ପଲଙ୍କ ନାମ ମଧ୍ୟ ମେରିଟ ଲିଷ୍ଟରେ ସାମିଲ ଅଛି । ଏହା ସହିତ ସେ କହିଛନ୍ତି ଯାଞ୍ଚ ରିର୍ପୋଟ ଆସିବା ପରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ । କେବଳ ଏତିକି ନୁହେଁ ଏହି ଲିଷ୍ଟରେ ପାର୍ଥ ଚାଟାର୍ଜୀ ଆଉ ପୁଷ୍ପାଙ୍କ ନାମ ମଧ୍ୟ ସାମିଲ ଅଛି ।

ଡବ୍ଲୁବିବିପିଇ ଶୁକ୍ରବାର ନିଜର ରିର୍ପୋଟ କାଡ ଦେବା ସହିତ ୧,୨୫,୦୦୦ ଜଣଙ୍କର ନାମ ଘୋଷଣା କରିଛି, ଯେଉଁମାନେ ଟିଇଟିରେ କୃତିତ୍ୱ ହାସଲ କରିଛନ୍ତି । ତେବେ ବୋର୍ଡ ଦ୍ୱାରା ପ୍ରକାଶ କରାଯାଇଥିବା ଏହି ତାଲିକାରେ ରାଜନେତା ମାନଙ୍କର ନାମ ମଧ୍ୟ ସାମିଲ ଅଛି । ଏହି ତାଲିକାରେ ଅମିତ ଶାହାଙ୍କ କ୍ରମିକ ନମ୍ବର ୦୭୫୦୨୦୬୩୯ ରହିଛି ଆଉ ତାଙ୍କୁ ପରୀକ୍ଷାରେ ୯୩ନମ୍ବର ମିଳିଛି । ଏହା ସହିତ ତାଙ୍କର ନାମ ଓବିସି କୋଟାରେ ଦାଖଲ କରାଯାଇଛି । ଏହି ଭଳି ମମତା ବାନାର୍ଜୀଙ୍କୁ୯୨ ନମ୍ବର, ସୁଭେନ୍ଦୁ ଅଧିକାରୀଙ୍କୁ ୧୦୦ ନମ୍ବର ମିଳିଛି ।

ତେବେ ଏହି ସମ୍ପର୍କରେ ବୋର୍ଡ ଅଧିକାରୀଙ୍କୁ ପଚରାଯିବାରୁ ସେ ଉତ୍ତର ରଖିଛନ୍ତି ଯେ ଏହା ଏକ ରାଜନୈତିକ ଚକ୍ରାନ୍ତ । ବୋର୍ଡକୁ ବଦନାମ କରିବା ପାଇଁ ଏଭଳି କରାଯାଉଛି ବୋଲି ସେ କହିଛନ୍ତି । ଏହି ଘଟଣାରେ ପରୀକ୍ଷାର୍ଥୀ ମାନେ କହିଛନ୍ତି ଯେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାରେ ଭ୍ରମିତ କଲା ଭଳି ଅନେକ କଥା ରହିଛି । ଯାହା ଦର୍ଶାଉଛି ଯେ ଏଥିରେ ବଡ ଘୋଟାଲା ହେଉଛି । ତେଣୁ ଯଥା ଶୀଘ୍ର ଏହି ଘଟଣାର ତଦନ୍ତ କରି ତଥ୍ୟ ପ୍ରକାଶ କରିବାକୁ ସେ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.