fbpx

ଏଣିକି ଥାଇଲାଣ୍ଡ ଭ୍ରମଣ ହେବ ମହଙ୍ଗା; ପର୍ଯ୍ୟଟନ ଟିକସ ଲଗାଇବେ ସରକାର, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ: ଯଦି ଆପଣ ଥାଇଲାଣ୍ଡ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ପକେଟକୁ ଟିକିଏ କୋହଳ କରିବାକୁ ପଡିପାରେ। ବାସ୍ତବରେ ଥାଇଲାଣ୍ଡ ସରକାର ପୁଣି ପର୍ଯ୍ୟଟନ ଟିକସ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଥାଇଲାଣ୍ଡକୁ ଆସୁଥିବା ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଏହି ଟିକସ ଦେବାକୁ ପଡିବ। ସରକାରଙ୍କ ରାଜସ୍ୱ ଓ ଭିତ୍ତିଭୂମି ବୃଦ୍ଧି କରିବା ଏହି ଟିକସର ଉଦ୍ଦେଶ୍ୟ। ଥାଇଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସୁରାଓଙ୍ଗ ଥିଏନଥୋଙ୍ଗ ଏହି ଟିକସପୁନଃ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ପର୍ଯ୍ୟଟକଙ୍କଠାରୁ ପାଖାପାଖି ୭୫୬ ଟଙ୍କା ଆଦାୟ କରାଯିବ। ଚଳିତ ବର୍ଷ ଅତି କମରେ ୩ ଟ୍ରିଲିୟନ ବାହଟରେ ପହଞ୍ଚିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀ ଶ୍ରୀଥା ଥାଭିସିନଙ୍କ ନେତୃତ୍ବାଧୀନ ପ୍ରଶାସନ ଅଧୀନରେ ପ୍ରଥମେ ଏହି ଟିକସ ଉଚ୍ଛେଦ କରାଯାଇଥିଲା। ବ୍ୟାଙ୍କକ୍ ପୋଷ୍ଟର ଏକ ରିପୋର୍ଟରେ ମନ୍ତ୍ରୀ ସୋରାଓ୍ଵାଙ୍ଗକହିଛନ୍ତି ଯେ ପର୍ଯ୍ୟଟନ ଶୁଳ୍କ ପର୍ଯ୍ୟଟନ ଶିଳ୍ପପାଇଁ ଲାଭଦାୟକ। ଏହାର କାରଣ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ରାଜସ୍ୱକୁ ଭିତ୍ତିଭୂମି ବିକାଶ ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରେ ବ୍ୟବହୃତ କରାଯାଇପାରିବ । ୨୦୨୨ରେ କ୍ୟାବିନେଟ ଏହି ଟିକସକୁ ଅନୁମୋଦନ କରିଥିଲେ ମଧ୍ୟ ରୟାଲ ଗେଜେଟରେ ପ୍ରକାଶିତ ହୋଇନଥିବାରୁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା ।

କେଉଁ ପର୍ଯ୍ୟଟକଙ୍କୁ ଏହି ଟିକସ ଦେବାକୁ ପଡ଼ିବ?
ପ୍ରସ୍ତାବିତ ଯୋଜନା ଅନୁଯାୟୀ, ବିମାନରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ୩୦୦ ଟଙ୍କା ଦେବାକୁ ପଡ଼ିବ। ସମୁଦ୍ର ଓ ସଡ଼କ ପଥରେ ଆସୁଥିବା ଲୋକଙ୍କ ଠାରୁ ୧୫୦ ଟଙ୍କା ଆଦାୟ କରାଯିବ। ତେବେ ଅନେକ ଲୋକ ଏହି ଟିକସରୁ ବାଦ୍ ପଡ଼ିଛନ୍ତି। ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ସେହିପରି ଟ୍ରାନଜିଟ୍ ଯାତ୍ରୀ, କୂଟନୈତିକ ପାସପୋର୍ଟ ଧାରୀ ଏବଂ ୱାର୍କ ପରମିଟ୍ ଥିବା ଲୋକଙ୍କଠାରୁ ଏହି ଟିକସ ଆଦାୟ କରାଯିବ ନାହିଁ।

ଏହା କେବେ ଆରମ୍ଭ ହେବ?
ଏହି ଟିକସ କେବେ ନିଆଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ରୟାଲ ଗେଜେଟରେ ପ୍ରକାଶ ପାଇବା ପରେ ହିଁ ଏହାର ଶୁଭାରମ୍ଭ କରାଯିବ । ବ୍ୟବସ୍ଥାର ପ୍ରସ୍ତୁତି ଆକଳନ କରିବା ପାଇଁ ଅଧିକ ସମୟ ଦରକାର ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ଖୁବଶୀଘ୍ର ଏହାକୁ ଆରମ୍ଭ କରାଯିବ। ଟିକସ ବ୍ୟତୀତ କୋଭିଡ୍-୧୯ ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ସଫଳ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ପୁନଃ ଆରମ୍ଭ କରିବାକୁ ମନ୍ତ୍ରଣାଳୟ ବିଚାର କରୁଛି।

Get real time updates directly on you device, subscribe now.