fbpx

୨୦୨୧ର ମୋଷ୍ଟ ସର୍ଚ୍ଚଡ ସାଉଥ ସେଲିବ୍ରିଟି: ବିଜୟ ଓ କୀର୍ତ୍ତି ସୁରେଶ ଆଗରେ, ଏତିକି ନମ୍ବରରେ ଅଛନ୍ତି ରଜନୀକାନ୍ତ

ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ ୨୦୨୧ । ଟ୍ୱିଟ୍ଟର ଇଣ୍ଡିଆ ପକ୍ଷରୁ ଏହାର ବାର୍ଷିକ ଫଳାଫଳ ପ୍ରକାଶ ପାଇଛି । ଏହି ଫଳାଫଳ ମୁତାବକ ଦକ୍ଷିଣ ଭାରତୀୟ ଷ୍ଟାରଙ୍କ ମଧ୍ୟରେ ବିଜୟ ଓ କୀର୍ତ୍ତି ସୁରେଶ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଥାଲାପତି ବିଜୟ ଟ୍ୱିଟ୍ଟରରେ ସବୁଠାରୁ ଅଧିକ ଲୋକପ୍ରିୟ ତାରକାର ମାନ୍ୟତା ପାଇଛନ୍ତି । ବିଜୟ ନିଜେ ଖୁବ କମ ସୋସିଆଲ ମିଡିଆ ବ୍ୟବହାର କରନ୍ତି । ମାତ୍ର ବିଜୟଙ୍କ ଫ୍ୟାନ ଫଲୋଇଙ୍ଗ ତାଙ୍କୁ ମୋଷ୍ଟ ସର୍ଚ୍ଚଡ ସେଲିବ୍ରିଟି ତାଲିକାରେ ପ୍ରଥମ ସ୍ଥାନରେ ରଖିଛି । ଅନ୍ୟ ପକ୍ଷରେ ସୁପରଷ୍ଟାର ରଜନୀକାନ୍ତ ଏହି ତାଲିକାରେ ୭ମ ସ୍ଥାନରେ ରହିଛନ୍ତି । ପୱନ କଲ୍ୟାଣ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମହେଶ ବାବୁ, ସୂର୍ଯ୍ୟା, ଏନଟିଆର ଜୁନିୟର ଓ ଅଲ୍ଲୁ ଅର୍ଜୁନ ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ରାମଚରଣ, ଧନୁଷ ଓ ଅଜିତ୍ କୁମାର ଅନ୍ତିମ ୩ ସ୍ଥାନରେ ରହିଛନ୍ତି ।

ହିରୋଇନ ମାନଙ୍କ ମଧ୍ୟରେ କୀର୍ତ୍ତି ସୁରେଶ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ଏହି ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀଙ୍କ ପାଇଁ ସର୍ବାଧିକ ଟ୍ୱିଟ କରାଯାଇଛି । ପୂଜା ହେଗଡେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନାଗାଚୈତନ୍ୟଙ୍କ ଠାରୁ ଅଲଗା ହୋଇଥିବା ସାମନ୍ଥା ରଥ ପ୍ରଭୁ ତୃତୀୟ ସ୍ଥାନରେ ଅଛନ୍ତି । କାଜଲ ଅଗ୍ରୱାଲ ୪ର୍ଥ ଏବଂ ମାଷ୍ଟର ଫିଲ୍ମର ହିରୋଇନ ମାଳବିକା ମୋହନନ ପରବର୍ତ୍ତୀ ଦୁଇ ସ୍ଥାନରେ ରହିଛନ୍ତି ।

ବିଜୟଙ୍କ ଅଭିନୀତ ମାଷ୍ଟରକୁ ନେଇ ସର୍ବାଧିକ ଟ୍ୱିଟ୍ କରାଯାଇଛି । ଫିଲ୍ମଟି ୨୦୨୧ର ହାଇଏଷ୍ଟ ଗ୍ରସିଂ ଫିଲ୍ମ ତାଲିକାରେ ଏକ ନମ୍ବରରେ ରହିଛି ।ଅଜିତ କୁମାରଙ୍କ ଭାଲିମଇ ଦ୍ୱିତୀୟ ସ୍ଥାନରେ ରହିଥିବା ସୂର୍ଯ୍ୟାଙ୍କ ଜୟ ଭୀମ୍ ୪ର୍ଥ ସ୍ଥାନରେ ରହିଛି । ଏସ ଏସ୍ ରାଜମୌଲୀଙ୍କ ଆରଆରଆର ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି ।

Get real time updates directly on you device, subscribe now.